www.samajalive.in
Tuesday, December 9, 2025
16.1 C
Bhubaneswar

ଜୋତା ଭିତରେ ଲୁଚିଥିଲା ନାଗସାପ; ହଲାଇବା କ୍ଷଣି ଫଁ ଫଁ ହୋଇ ମାଡ଼ି ଆସିଲା

ମୌସୁମୀ ବର୍ଷା ଲୋକଙ୍କୁ ଅସହ୍ୟ ଗରମରୁ ମୁକ୍ତି ଦେଲା ସତ, କିନ୍ତୁ ବର୍ଷା ସହ ନୂଆ ସମସ୍ୟା ମଧ୍ୟ ଉଭା ହୋଇଛି। ଅନେକ ଅଞ୍ଚଳରେ ସାପ ବିଲ ଓ ଗାତରୁ ବାହାରି ଘରେ ପଶିବା ଆରମ୍ଭ କଲେଣି। କେତେବେଳେ ଏମାନେ ଗାଡ଼ିରେ ଲୁଚି ବସିଥିବା ଦେଖିବାକୁ ମିଳୁଛି ତ ଆଉ କେତେବେଳେ ଜୋତା ଭିତରେ ପଶିଥିବା ଦେଖିବାକୁ ମିଳୁଛି। ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି। ଯଦି ବ୍ୟକ୍ତି ଜଣକ ନଦେଖି ଜୋତା ପିନ୍ଧି ଦେଇଥାଆନ୍ତେ, ତେବେ ତାଙ୍କ ସହ କୌଣସି ଅଘଟଣ ଘଟିଥା’ନ୍ତା। ଭାଇରାଲ୍ ଭିଡିଓରେ ସାପ ଧରାଳି ଜୋତା ଭିତରେ ରଡ଼୍ ପୁରାଇବା କ୍ଷଣି ଭିତରେ ଛପିଥିବା ନାଗ ସାପ ପଣା ଉଠାଇ ତୁରନ୍ତ ବାହାରକୁ ଆସିଯାଉଛି। ଏହି ଭିଡିଓ ଦେଖି ଆପଣଙ୍କ ଲୋମ ଟାଙ୍କୁରି ଉଠିବ ନିଶ୍ଚୟ। ଏଭଳି ଘଟଣା କାହା ସହ ବି ଘଟିପାରେ। ତେଣୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ବର୍ଷାଦିନେ ଲୋକେ ଅଧିକ ସତର୍କ ରହିବା ଉଚିତ। କାରଣ ଏହି ସମୟରେ କୀଟ ପତଙ୍ଗଙ୍କ ସମେତ ସାପ ବିଛା ମଧ୍ୟ ସବୁଆଡ଼େ ବିଚରଣ କରନ୍ତି। ବର୍ଷାଦିନେ ବିଲ ତଥା ଗାତରେ ପାଣି ଭରିଯିବା ପରେ ସେମାନଙ୍କ ଛପିବା ପାଇଁ ଘରଠାରୁ ଆଉ ଭଲ ସ୍ଥାନା ନାହିଁ। ତେଣୁ କୁହାଯାଏ ଯେ, ବର୍ଷାଦିନେ ଜୋତା କିମ୍ବା ପୋଷାକ ପିନ୍ଧିବା ପୂର୍ବରୁ ଭଲଭାବେ ଝାଡ଼ିବା ଉଚିତ।

- Advertisement -

ଭାଇରାଲ ଭିଡିଓରେ ଆପଣ ଦେଖି ପାରୁଥିବେ ଜୋତା ଥାକରେ କେତେ ହଳ ଜୋତା ରଖା ହୋଇଛି। ତା’ ଭିତରୁ ଗୋଟିଏ ଜୋତାରେ ଏକ ନାଗ ସାପ ଲୁଚି ରହିଛି। ଏହା ଦେଖି ଘରଲୋକ ଭୟଭୀତ ହୋଇ ସାପ ଧରାଳିଙ୍କୁ ଡାକିଥିଲେ। ଏହାପରେ ତାଲିମପ୍ରାପ୍ତ ସାପ ଧରାଳି ମହିଳା ଜଣକ ଜୋତା ଭିତରେ ଲୁହା ଉପକରଣ ପୁରାଇବା କ୍ଷଣି ନାଗ ଫଁ ଫଁ ହୋଇ ଫଣା ଟେକି ଠିଆ ହୋଇଯାଉଛି। ଭାବନ୍ତୁ ଯଦି ନଦେଖି ଜୋତା ପିନ୍ଧି ଦେଇଥାଆନ୍ତେ, ତେବେ ସର୍ପଦଂଶନରେ ଜୀବନ ଚାଲିଯାଇ ଥାଆନ୍ତା।

ଏକ ଭିଡିଓକୁ ସୁଶାନ୍ତ ନନ୍ଦ ନାମକ ଜଣେ ଆଇଏଫଏସ ଅଧିକାରୀ ତାଙ୍କ ଟ୍ୱିଟରେ ପୋଷ୍ଟ କରିଛନ୍ତି। ଏହାସହ ସେ ଲେଖିଛନ୍ତି, ‘‘ବର୍ଷାଦିନେ ସାପ ଯେକୌଣସି ସ୍ଥାନରେ ଛପି ଥାଇପାରେ, ତେଣୁ ସାବଧାନ ରୁହନ୍ତୁ। ସାପକୁ ଧରିବା ପାଇଁ ତାଲିମପ୍ରାପ୍ତ ଲୋକଙ୍କ ସାହାଯ୍ୟ ନିଅନ୍ତୁ।’’ ଏହି ଭିଡିଓକୁ ଏପର୍ୟ୍ୟନ୍ତ ଲକ୍ଷେ ୪୯ ହଜାରରୁ ଅଧିକ ଥର ଦେଖା ସରିଲାଣି। ଏହି ଭିଡିଓକୁ ପ୍ରାୟ ୫ ହଜାର ଲାଇକ୍ ଓ ୧୨ ଶହରୁ ଅଧିକ ରିଟ୍ବିଟ୍ ମିଳିଛି ଏବଂ ଏହି ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି। ସେହିପରି ଭିଡିଓ ଦେଖି ଅନେକ ଲୋକ ନିଜ ପ୍ରତିକ୍ରିୟା ଦେଇଛନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories