www.samajalive.in
Friday, December 12, 2025
15.1 C
Bhubaneswar

ଭାଇକୁ କଟୁରୀରେ ହାଣି ହତ୍ୟାକଲା ଭାଇ

ପାତ୍ରପୁର: ବଡଭାଇର କଟୁରୀ ଚୋଟରେ ମଝିଆ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ଅତି ନୃସିଂହ ଭବେ କଟୁରୀରେ ହାଣି ହାଣି ଭାଇକୁ ହତ୍ୟା କରିଛି ଭାଇ । ଏପରି ଏକ ଅଭାବନୀୟ ଘଟଣା ଜରଡା ଥାନା ତୁମ୍ବା ପଞ୍ଚାୟତ ଗୁଜୁଲିଙ୍ଗି ଆଦିବାସୀ ଗ୍ରାମରେ ଘଟିଥିବା ବେଳେ ଅଞ୍ଚଳରେ ଶୋକକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ହତ୍ୟାର ଶିକାର ହୋଇ ଥିବା ବ୍ୟକ୍ତି ଜଣକ କାର୍ତ୍ତିକ କାର୍ଜି (୩୫)ବୋଲି ଜଣାପଡ଼ିଛି। ଏନେଇ ଖବର ପାଇବା ପରେ ଜରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ଼ଭାଇ ଅସିନା କାର୍ଜିକୁ ଅଟକ ରଖିବା ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି ।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ତାଙ୍କ ଭାଣିଜୀ ଜ୍ୱାଇଁ ପିଙ୍କୁ ନାୟକ ଏନେଇ ଥାନାରେ ଏତଲା ଦେଇଥିଲେ । ଅଭିଯୁକ୍ତ ଜଣକ ଗତ ତିନି ଚାରି ଦିନ ଧରି ଏକ କଟୁରୀ ଧରି ବୁଲିବା ସହ ଭାଇକୁ ହତ୍ୟା କରିବାପାଇଁ ଧମକ  ଦେଉଥିଲା । ଗତକାଲି  ମଝିଆ ଭାଇ ଜଣକ ଶୋଇଥିବା ବେଳେ କଟୁରୀ ସାହାଯ୍ୟରେ ଅତି ଜଘନ୍ୟ ଭବେ ବାରମ୍ବାର ଆକ୍ରମଣ କରିଥିଲା ବଡ଼ଭାଇ । ତାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ତାଙ୍କର ମୃତ୍ୟୁ ଘଟିଥିଲା ।

- Advertisement -

ତେବ ପୂର୍ବରୁ ଉଭୟଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଭାଇ ଅଲଗା ରହି ଆସୁଥିଲେ । ଗତ କିଛିବର୍ଷ ହେଲା ବଡ ଭାଇଙ୍କ ସାମାନ୍ୟ ମସ୍ତିଷ୍କ ବିକୃତି ଥିବା ଗ୍ରାମର ଲୋକମାନେ କହିଛନ୍ତି । ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରବ ବୋଲି ସୂଚନା ଦେଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories