www.samajalive.in
Thursday, December 11, 2025
18.1 C
Bhubaneswar

ପଡୋଶୀ ଆନ୍ଧ୍ରର ମଞ୍ଜୁଷା, ଟିକାଲି ଓ ଇଚ୍ଛାପୁରମ୍‌ବାସୀଙ୍କ ପାଇଁ ‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସଂଖ୍ୟା ପ୍ରେରଣ

ଭୁବନେଶ୍ୱର: ଓଡିଶା ରାଜ୍ୟର ସୀମାବର୍ତ୍ତୀ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡିଆ ଭାଇଭଉଣୀମାନଙ୍କୁ ଓଡ଼ିଆ ଭାଷା-ସାହିତ୍ୟ ସହ ଅଧିକ ସଂପୃକ୍ତ କରାଇବା ଏବଂ ସେମାନଙ୍କ ସହ ଓଡ଼ିଶାବାସୀଙ୍କ ଭାବଗତ ସଂପର୍କକୁ ମଜବୁତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି। ଆଜି ଏହି କ୍ରମରେ ପଡୋଶୀ ଆନ୍ଧ୍ରପ୍ରଦେଶର ମଞ୍ଜୁଷା, ଟିକାଲି, ଇଚ୍ଛାପୁରମ୍‌ ଏବଂ ବିଶାଖାପାଟଣାରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କ ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ପ୍ରକାଶିତ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ପ୍ରେରଣ କରାଯାଇଛି।

ଆଜି ‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ନେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାତ୍ରା କରିଥିବା ଏକ ସ୍ୱତନ୍ତ୍ର ଯାନକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡା, ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡିଶା ରିଭ୍ୟì’ର ସଂପାଦକ ଡ. ଲେନିନ୍‌ ମହାନ୍ତି ପ୍ରମୁଖ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ବିଶ୍ୱଜିତ ଦାଶ, ବିଭାଗର ପ୍ରକାଶନ ପରିଚାଳକ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ଲୋକସମ୍ପର୍କ ଅଧିକାରୀ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଯାତ୍ରାରେ ବିଭାଗ ତରଫରୁ ଦୁଇଜଣ ସ୍ୱତନ୍ତ୍ର ଅଧିକାରୀ ଦେବାଶିଷ ପଟ୍ଟନାୟକ ଏବଂ ସୌରଭ ପ୍ରଧାନ ଗସ୍ତ କରିଛନ୍ତି। ସେମାନେ ବିଚ୍ଛିନ୍ନାଂଚଳରେ ଥିବା ଓଡିଆ ସଂଗଠନର କର୍ମକର୍ତ୍ତାମାନଙ୍କ ସହିତ ସାକ୍ଷାତ କରି ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ବଣ୍ଟନ କରିବା ସହିତ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସଂପର୍କରେ ଭାବ ବିନିମୟ କରିବେ।

- Advertisement -

ଉଲ୍ଲେଖଯୋଗ୍ୟ ଯେ ୨୦୧୪ ମସିହା ଠାରୁ ଓଡିଶାର ସୀମାବର୍ତ୍ତୀ ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ରହୁଥିବା ବିଚ୍ଛିନ୍ନାଂଚଳ ଓଡିଆ ଭାଇଭଉଣୀମାନଙ୍କ ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ତରଫରୁ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ‘ଉତ୍କଳ ପ୍ରସଙ୍ଗ’ର ସ୍ୱତନ୍ତ୍ର ସଂଖ୍ୟା ପଠାଯାଇଆସୁଛି। ତେବେ କୋଭିଡ୍‌-୧୯ କଟକଣା ପରିପ୍ରେକ୍ଷୀରେ ଏହି ଯାତ୍ରା ବନ୍ଦ ରହିଥିଲାବେଳେ ଏବେ ପୁନଃ ଆରମ୍ଭ ହୋଇଛି। ଡ. ଲେନିନ୍‌ ମହାନ୍ତିଙ୍କ ସଂପାଦନାରେ ଚଳିତ ବର୍ଷ ରଥଯାତ୍ରା ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡିଶା ରିଭ୍ୟୁ’ ସ୍ୱତନ୍ତ୍ର ସଂଖ୍ୟାରେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଏବଂ ପରଂପରା ସମ୍ବନ୍ଧୀୟ ସ୍ୱନାମଧନ୍ୟ ଲେଖକ ଓ ଗବେଷକଙ୍କର ବହୁ ଉଚ୍ଚକୋଟୀର ଲେଖାମାନ ପ୍ରକାଶ ପାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories