www.samajalive.in
Monday, December 8, 2025
27.1 C
Bhubaneswar

ଝାଡାବାନ୍ତି ଆକ୍ରାନ୍ତ ଡାକ୍ତରଖାନାରୁ ଲୁଚି ପଳାଇଥିଲେ – ଘରେ ମୃତ୍ୟୁ ହୋଇଥିବା ସୂଚନା

କଲମପୁର  -ଡାକ୍ତରଖାନାରୁ ଲୁଚି ପଳାଇବା ମହଙ୍ଗା ପଡିଲା । ଝାଡାବାନ୍ତିରେ ଆକ୍ରାନ୍ତ ଚିଙ୍ଗିଡିପାସ ଗ୍ରାମର ରାମ ମାଝୀଙ୍କ ମଙ୍ଗଳବାର ଭୋର ସମୟରେ  ମୃତ୍ୟୁ ହୋଇଛି । ସୁଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଂଚାୟତ ଚିଙ୍ଗିଡିପାସ ଗ୍ରାମରେ ଝାଡା ବାନ୍ତି ରୋଗ ବ୍ୟାପିବା ନେଇ ସୂଚନା ମିଳିଥିଲା । ଏ  ଜଣକର ମୃତ୍ୟୁ ହେଇଥିବା ମଧ୍ୟ ଅଭିଯୋଗ ହେଇଥିଲା ।

ରବିବାର ବିଳମ୍ବିତ ରାତିରେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିତିଶ ଝାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଚିଙ୍ଗିଡିପାସ ଗାଁ ପହଂଚି ଆକ୍ରାନ୍ତ ମାନଙ୍କୁ ଚିକିତ୍ସା କରିବା ସହ ଅନ୍ୟ କିଛି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଗୁରୁତର ଥିବା ରାମ ମାଝୀ ଓ ସୁଆଇ ମାଝୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଥିଲେ ।   ଉଭୟ ରାମ ଏବଂ ସୁଆଇ ଚିକିତ୍ସା ଦାଇତ୍ୱରେ ଥିବା ଡାକ୍ତର ଅଥବା କର୍ମଚାରୀଙ୍କୁ ନଜଣାଇ ସୋମବାର ଦିନ ଡାକ୍ତରଖାନାରୁ ଏକ କାର ଭଡା କରି ପଳାଇଯାଇଥିଲେ ।

- Advertisement -

ରାମ ର ପ୍ରେଷ୍ଟେଟ ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ଏପରିକି ପରିଶ୍ରା ମଧ୍ୟ ବନ୍ଦ ହେଇଥିବା ଡାକ୍ତର ଶ୍ରୀ ଝା ସୁଚନା ଦେଇଥିଲେ । ତାର ଅଧିକ ଚିକିତ୍ସା ଆବଶ୍ୟକ ଥିବା ବେଳେ ସେ ଡାକ୍ତରଖାନାରୁ  ମନକୁ ମନ ପଳାଇଥିବା  କାଳ ହେଇଛି । ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ଅଭାବ କାରଣରୁ ଏଭଳି ଅଘଟଣ ଘଟୁଥିବା ସାଧାରଣରେ ଆଲୋଚନା ହେଉଛି ।

#odisha #kalahandi

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories