www.samajalive.in
Monday, December 8, 2025
24.1 C
Bhubaneswar

ଆଜି ନିଳାଦ୍ରୀ ବିଜେ: ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମାଜଲାଇଭରେ ଦେଖନ୍ତୁ ସିଧା ପ୍ରସାରଣ

ଡେସ୍କ: ଆଜି ସଂନ୍ଧ୍ୟାଧୂପ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ୧୨ ଦିନର ଯାତ୍ରା ସାରି ନୀଳକନ୍ଦରକୁ ବିଜେ କରିବେ ନିଳାଦ୍ରୀ ନାଥ। ରଥ ଉପରେ ବିଭିନ୍ନ ନୀତିକାନ୍ତି ପରେ ଶ୍ରୀଜୀଉମାନେ ଗୋଟି ପହଣ୍ଡିରେ ରଥ ଉପରୁ ରତ୍ନ ସିଂହାସନକୁ ବିଜେ କରିବେ। ଆଜି ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ। ସଂନ୍ଧ୍ୟାଧୂପ ପରେ ରଥରେ ଚାରମାଳ ବନ୍ଧାଯିବ ଓ ପହଣ୍ଡି ଆରମ୍ଭ ହେବ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୀଳାଦ୍ରି ବିଜେ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରା ‘ନୀଳାଦ୍ରି ବିଜେ’ ଅବସରରେ ଅଗଣିତ ଭକ୍ତଗଣଙ୍କୁ ଶୁଭେଚ୍ଛା। ନବଦିନାତ୍ମକ ଲୀଳାଖେଳା ସାରି ରଥାରୁଢ଼ ମହାପ୍ରଭୁ ଆଜି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ବିଜେ କରିବେ।

- Advertisement -

ମହାପ୍ରଭୁଙ୍କ ନୀଳାଦ୍ରି ବିଜେର ସିଧା ପ୍ରସାରଣ ଆମ ସମାଜଲାଇଭ ପୋର୍ଟାଲର ୟୁଟ୍ୟୁବ ଚ୍ୟାନେଲ ଓ ଫେସବୁକରେ ସନ୍ଧ୍ୟା ୫ଟାରେ ଉପଲବ୍ଧ ହେବ। ଏହି ଲିଙ୍କକୁ https://youtu.be/kAm30xUzvxE କ୍ଲିକ କରି ଆପଣମାନେ ନୀଳାଦ୍ରି ବିଜେର ସିଧା ପ୍ରସାରଣ ୟୁଟ୍ୟୁବ ଚ୍ୟାନେଲରେ ଓ ଏହି ଲିଙ୍କକୁ https://fb.watch/ed3xlOBvSF/ ଫେସବୁକରେ ଦେଖିପାରିବେ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories