www.samajalive.in
Monday, December 8, 2025
27.1 C
Bhubaneswar

ବିଜେପି ପକ୍ଷରୁ ଜିଲାସ୍ତରୀୟ ୪ର୍ଥ ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ସୁଆଣ୍ଡୋ : ପୁରୀ ଜିଲା ବିଜେପି ଦଳ ପକ୍ଷରୁ ସତ୍ୟବାଦୀର ସ୍ୱର୍ଣ୍ଣ କଲ୍ୟାଣୀ ମଣ୍ଡପରେ ୪ର୍ଥ ବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗଦେଇଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା । ୨୦୨୪ ମସିହା ସାଧାରଣ ନିର୍ବାଚନରେ ବିଜେପି ଦଳ ରାଜ୍ୟରେ ସରକାର ଗଢ଼ିବ ଏଥିପାଇଁ ଦଳର ସମସ୍ତ କର୍ମୀ ଦୃଢ ସଂକଳ୍ପ ନେବାକୁ ସମିର ମହାନ୍ତି କହିଥିଲେ । ଏଥିରେ ବ୍ରହ୍ମଗିରି ବିଧାୟକ ଲିଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା, ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ, ରାଜ୍ୟ ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଓମ୍ ପ୍ରକାଶ ମିଶ୍ର, ଶଙ୍କର ପରିଡା ପ୍ରମୁଖ ଯୋଗ ଦେଇ ୱାର୍ଡ ସ୍ତରରୁ ଦଳକୁ ମଜଭୂତ କରି ଗଢ଼ିବା, ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣମୁଖୀ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇବା ପାଇଁ କହିଥିଲେ । ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା କରିଥିଲେ । ସତ୍ୟବାଦୀରେ ବିଜେପି ଦଳ ପକ୍ଷରୁ ନିର୍ବାଚିତ ଜିଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓ ସରପଞ୍ଚ, ସମିତି ସଭ୍ୟ ଦୀପକ କୁମାର ଶତପଥୀ ପ୍ରମୁଖଙ୍କୁ କର୍ମକର୍ତ୍ତାଗଣ ସମ୍ବର୍ଦ୍ଧିତ କରିଥିଲେ । ଶତାଧିକ ବିଜେପି କର୍ମୀ ଏଥିରେ ଉପସ୍ଥିତ ରହିଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories