www.samajalive.in
Saturday, December 13, 2025
21.1 C
Bhubaneswar

ଜାତୀୟ ମତ୍ସ୍ୟଚାଷ ଦିବସ ପାଳନ; ବୌଦ୍ଧରେ ମାଛଚାଷ ପାଇଁ ରହିଛି ବିରାଟ ସମ୍ଭାବନା

ବୌଦ୍ଧ: କୃଷିଭିତ୍ତିକ ବୌଦ୍ଧ ଜିଲାରେ ମାଛଚାଷ ପାଇଁ ବିରାଟ ସମ୍ଭାବନା ରହିଛି । ଜିଲାର ତିନୋଟି ବ୍ଲକରେ ବିଭିନ୍ନ ନଦୀ ନାଳ ପ୍ରବାହିତ ହେଉଥିବାବେଳେ ଅସମତଳ ଭୂମିରେ ମାଛଚାଷ ପାଇଁ ଉପଯୁକ୍ତ ଉର୍ବରତା ଓ ଜଳବାୟୁ ସଂପୂର୍ଣ୍ଣ ଉପଯୋଗୀ ଅଟେ । ଏଠାକାର ଭାକୁର, ଇଲିସି, କାରପିସ, ଜକଳଖିଆ ଭଳି ଅନେକ ପ୍ରଜାତିର ଯାଆଁଳା ବୌଦ୍ଧ ସମେତ ପ୍ରାୟ ୧୦ ଗୋଟି ଜିଲାର ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଇଥାଏ । ଜାତୀୟ ମତ୍ସ୍ୟଚାଷ ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ମାଛଚାଷୀମାନେ ପାଇପାରିବେ ସେନେଇ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।

ଗତ କିଛିବର୍ଷ ହେଲା ସ୍ୱୟଂସହାୟକ ଗୋଷ୍ଠୀ ମାଛଚାଷ ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । କେବଳ ଚଳିତ ଆର୍ଥିକବର୍ଷରେ ଏହିଭଳି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ୪୫ ହେକ୍ଟର ପୋଖରୀରେ ମାଛଚାଷ କରି ଉପକୃତ ହୋଇଛନ୍ତି । ସେହିପରି ବ୍ୟକ୍ତିଗତ ଭାବେ ଚାଷୀମାନେ ୨୨ ହେକ୍ଟର ପୋଖରୀରେ ସରକାରୀ ଯୋଜନାରେ ମାଛଚାଷ କରିଛନ୍ତି । ଏହାବ୍ୟତୀତ ୫୦ଟି ବାୟୋଫ୍ଲେକ୍ସ ଟାଙ୍କିରେ ହିତାଧିକାରୀମାନେ ମାଛଚାଷ କରି ଊାଭ ପାଇ ପାରିଥିବା ନେଇ ଜିଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories