www.samajalive.in
Saturday, December 13, 2025
21.1 C
Bhubaneswar

ଜୟପାଟଣାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ମୁଖୀଗୁଡା: ଜୟପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗତକାଲି (ସୋମବାର) କଳାହାଣ୍ଡି ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ, କଳାହାଣ୍ଡି  ଏସ.ପି  ଶ୍ରୀ ଅଭିଳାଷ ଜି, ଜୟପାଟଣା ବିଡିଓ ପ୍ରଣବ ପ୍ରକାଶ ଚାନ୍ଦ, ପିଡ଼ିଡିଆରଡିଏ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଜୟପାଟଣା ବ୍ଲକର ବିଭିନ୍ନ ଅଞ୍ଚଳର ୧୭୦ଜଣ  ଅଭିଯୋଗ କରିଥିଲେ । ଜୟପାଟଣାକୁ ପାନୀୟ ଜଳଯୋଗାଣ ସମ୍ପର୍କିତ ଅଭିଯୋଗ ଜୟପାଟଣା ସରପଞ୍ଚ ଏବଂ ସମିତି ସଭ୍ୟା କରିଥିଲେ ।

ହରିଶ୍ଚନ୍ଦ୍ର ଯୋଜନା ଏବଂ ଜୟପାଟଣା ଡାକ୍ତରଖାନାରେ ବିଶେଷଜ୍ଞ ପଦବୀ ପୂରଣ ପାଇଁ ଜିଲ୍ଳାପାଳଙ୍କୁ ଜୟପାଟଣା ସମିତି ସଭ୍ୟା ରଶ୍ମିତା ଦୂରିଆ ଜଣାଇଥିଲେ । ପିପଲଗୁଡା ଗ୍ରାମର ଶଙ୍କର ଧଙ୍ଗଡାମାଝୀ  ତାଙ୍କ ନାଁରେ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଅନ୍ୟ କାହାରିକୁ ଦିଆଯାଇଥିବା ସମ୍ପର୍କରେ ଅଭିଯୋଗ କରିଥିଲେ । ଶିବିର ଦିନ ୧ଟାରେ ସରିଯାଇଥିବା ବେଳେ ପରେ ଆସିଥିବା  ବହୁ ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ କରିନପାରି ନିରାଶରେ ଫେରି ଯାଇଥିଲେ । ହେଲେ ଜୟପାଟଣା ବିଡିଓ  ଅଫିସ ସମୟରେ ନିଜ ପ୍ରକୋଷ୍ଠରେ ନରହି ସରକାରୀ ବାସଭବନରେ ରହୁଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଥିବା ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଚର୍ଚ୍ଚାର ପରିସରକୁ ଆସିଥିଲା । ପ୍ରଚାର ପ୍ରସାର ଅଭାବ ଯୋଗୁଁ ବହୁ ଜନସାଧାରଣ ଅଭିଯୋଗ ଶୁଣାଣି ଶିବିରକୁ ଆସିପାରି ନଥିଲେ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories