www.samajalive.in
Monday, December 8, 2025
24.1 C
Bhubaneswar

ସେବାସେନାର ପଞ୍ଚାୟତ ସ୍ତରୀୟ ବୈଠକ ଓ ନୂତନ କମିଟି ଚୟନ ଅନୁଷ୍ଠିତ

କଲ୍ୟାଣସିଂହପୁର :  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତର କୃଷ୍ଣପାତ୍ରଗୁଡ଼ା ଗ୍ରାମଠାରେ ସ୍ବେଚ୍ଛାସେବୀ ସଙ୍ଗଠନ ‘ ସେବା ସେନା ‘ ର ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ବଚ୍ଛା ଙ୍କ ନେତୃତ୍ୱରେ ପ୍ରଥମ ବୈଠକ ହେବା ସହ ନୂତନ କମିଟି ଚୟନ ହୋଇ ଯାଇଛି। ଏହି ସଂଘଠନର ମୂଳ ଲକ୍ଷ୍ୟ ହେଲା ସମାଜରେ ସଚେତନତା ଆଣିବା ସହ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା । ତାସହ ଜରୁରୀ ପରିସ୍ଥିତିରେ ପ୍ରଶାସନ ସହଯୋଗରେ ଲୋକଙ୍କ ପାଖରେ ପହଞ୍ଚି ଉଦ୍ଧାର ଓ ସମାଜ କଲ୍ୟାଣ କାର୍ଯ୍ୟରେ ଲାଗିବା।
ଉକ୍ତ ବୈଠକରେ ସେବା ସେନାର ବ୍ଲକ ଉପଦେଷ୍ଟା ଶ୍ରୀ ଵୈଦ୍ୟନାଥ କାଡ୍ରାକା ମାର୍ଗଦର୍ଶନରେ ବୁଡ଼ାଗୁଡ଼ା ପଞ୍ଚାୟତ ସଭାପତି ବିଶ୍ଵନାଥ ହିକକା, ସମ୍ପାଦକ ଚକ୍ରଧର ପ୍ରାସ୍କା, କୋଷାଧ୍ୟକ୍ଷ ଗଙ୍ଗରାଓ ପ୍ରାସ୍କାଙ୍କ ଉପସ୍ଥିତିରେ କରପା ପଞ୍ଚାୟତର ନୂତନ ସଦସ୍ୟଙ୍କୁ ନେଇ ଏକ ବୈଠକ ହେବା ସହ ନୂତନ କମିଟି ଚୟନ ହୋଇଥିଲା। ସର୍ବ ସମ୍ମତି କ୍ରମେ କରପା ପଞ୍ଚାୟତର ଉପଦେଷ୍ଟା ଭାବେ ପାପାନା ପ୍ରାସ୍କାଙ୍କୁ ଚୟନ କରାଯାଇଥିବା ବେଳେ ସଭାପତି ଭାବେ କୁମାରୀ ସସ୍ମିତା କାଡ୍ରାକା, ସମ୍ପାଦକ ଭାବେ କୁମାରୀ ନନ୍ଦିନୀ ନାଚିକା ଓ କୋଷାଧ୍ୟକ୍ଷ ଭାବେ ଶ୍ରୀ ଗଙ୍ଗାରାଜୁ ପ୍ରାସ୍କାଙ୍କୁ ଚୟନ କରାଗଲା । ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବୁରୁ ନାଚିକା, ଅନିତା ନାଚିକା, କାମିଆ ତିଆକା, ଶଙ୍କର କାଡ୍ରାକା, ନାରାୟଣ କାଡ୍ରାକା, ରାହୁଲ କାଡ୍ରାକା ଓ ଅନ୍ୟ ସକ୍ରିୟ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories