ବିଜେବି ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣା ; ମାଆଙ୍କୁ ଉଠାଇ ନେଲା ପୁଲିସ

ଭୁବନେଶ୍ୱର : ବିଜେବି କଲେଜର ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ ଧାରଣାରେ ବସିଥିବା ତାଙ୍କ ମାଆଙ୍କୁ ପୁଲିସ ଉଠାଇ ନେଇଥିବା ଆଜି ଜଣାପଡିଛି। ଆନ୍ଦୋଳନରତ ଛାତ୍ର ସଙ୍ଗଠନ ସଦସ୍ୟଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଛି। ରୁଚିକାଙ୍କ ଆତ୍ମହତ୍ୟାକୁ ୧୦ ଦିନ ବିତି ଯାଇଥିଲେ ଘଟଣା ବିଷୟରେ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିନାହିଁ।
ସୂଚନା ଯୋଗ୍ୟ, ନ୍ୟାୟ ପାଇଁ ଦୀର୍ଘ ୧୦ ଦିନ ହେବ କଲେଜ ସମ୍ମୁଖରେ ବସିଥିଲେ ରୁଚିକାଙ୍କ ମାଆ। ରାଗିଂ ନେଇ ଅଭିଯୋଗ ହୋଇଥିବା ଉକ୍ତ ୩ ଛାତ୍ରୀଙ୍କ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ରୁଚିକାଙ୍କ ମାଆ କଲେଜ ସମ୍ମୁଖରେ ଶୁଦ୍ଧିକ୍ରିୟା କରିବେ ବୋଲି ପୁଲିସକୁ କହିଥିଲେ। ନ୍ୟାୟ ପାଇଁ ବସିଛି,ଘରକୁ ଯିବି ନାହିଁ,ଶୁଦ୍ଧିକ୍ରିୟା,ଏକାଦଶ କଲେଜ ସମ୍ମୁଖରେ କରିବି ବୋଲି ପୁଲିସ କହିଥିଲେ।
ଜୁଲାଇ ୨ରେ ବିଜେବି କଲେଜ ହଷ୍ଟେଲରୁ +୩ ପ୍ରଥମ ବର୍ଷର କଳାର ଛାତ୍ରୀ ରୁଚିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

 

Comments are closed.