www.samajalive.in
Wednesday, December 10, 2025
16.1 C
Bhubaneswar

ପୃଥିବୀର ସବୁଠୁ ବିଷଧର ଜୀବ ! ଯାହା ସ୍ପର୍ଶର କିଛି ସେକେଣ୍ଡରେ ହୋଇଥାଏ ମୃତ୍ୟୁ ଜାଣନ୍ତୁ..

ନୂଆଦିଲ୍ଲୀ: ପ୍ରକୃତି ଏହି ପୃଥିବୀ ପୃଷ୍ଠରେ ଅନେକ ଜୀବଜନ୍ତୁଙ୍କୁ ସ୍ଥାନ ଦେଇଛି । ଏହି ଦୁନିଆରେ ଛୋଟବଡ଼ ଅନେକ ଜୀବଜନ୍ତୁ ରହିଛନ୍ତି । ସେଥିମଧ୍ୟରୁ କିଛି ଜୀବ ନୀରିହ ରହିଥିବା ବେଳେ କିଛି ଜୀବ ବିଷାକ୍ତ ମଧ୍ୟ ରହିଛନ୍ତି । ଆମେ ବିଷାକ୍ତ ଜୀବ କହିଲେ ସାଧାରଣତଃ ସାପ ଓ କିଛି କୀଟକୁ ଜାଣନ୍ତି । କିଛି ଲୋକ ସାପକୁ ସବୁଠୁ ବେଶୀ ବିଷାକ୍ତ ଜୀବ କୁହନ୍ତି । ଆଉକିଛି ଲୋକ କିଛି କୀଟପତଙ୍ଗ ଓ ଜଙ୍ଗଲୀ ଜନ୍ତୁଙ୍କୁ ମଧ୍ୟ ସବୁଠୁ ବିଷାକ୍ତ ବୋଲି କହିଥାଆନ୍ତି । ହେଲେ ଆସନ୍ତୁ ଜାଣିବା ପ୍ରକୃତରେ ପୃଥିବୀରେ କଉଁ ଜୀବ ଅଧିକ ବିଷାକ୍ତ । ଯାହାର ସ୍ପର୍ଶ ମାତ୍ରେ ମୃତ୍ୟୁକୁ ଆମନ୍ତ୍ରଣ କରାଯାଇଥାଏ ।

ଆଜ୍ଞା ହଁ ପୃଥିବୀରେ ଏପରି ଏକ ଜୀବ ରହିଛି ଯାହାର ବିଷ ମାତ୍ର କିଛି ସେକେଣ୍ଡ ମଧ୍ୟରେ କାହାକୁ ଜୀବନରୁ ମାରିପାରେ । ଯାହାକୁ ନେଇ କିଛି ବୈଜ୍ଞାନିକ ତାଙ୍କ ମତ ପ୍ରକାଶ କରିଛନ୍ତି । ଆଉ ବୈଜ୍ଞାନିକ ମାନେ ଏହି ଜୀବକୁ ଅତ୍ୟନ୍ତ ବିପଦଜ୍ଜନକ ବୋଲି କହିଛନ୍ତି । କୁହାଯାଇଛି କି ଜିଓଗ୍ରାଫି କୋନ୍‌ ସ୍ନେଲ (Conus geographus) ହେଉଛି ଦୁନିଆର ସବୁଠୁ ବିଷଧର ଜୀବ । ଯାହାକି ଅତ୍ୟନ୍ତ ବିପଦଜ୍ଜନକ । ଏହି ଜୀବ କାହାକୁ ସ୍ପର୍ଶ କରିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ତାହାର ମୃତ୍ୟୁ ହୋଇଥାଏ । ଏହି ପ୍ରାଣୀ ଭାରତର ପ୍ରଶାନ୍ତ ମହାସାଗରରେ ରହିଥିବା କୁହାଯାଇଛି ।

- Advertisement -

ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ଜୀବ ବା ‘ଜିଓଗ୍ରାଫି କୋନ୍‌ ସ୍ନେଲ’ ଯୋଗୁ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଜୀବର ବିଷାକ୍ତକୁ ଦୂର କରିବାକୁ କୌଣସି ଔଷଧ ନଥିବା ମଧ୍ୟ କୁହାଯାଇଛି ।  ଖାଲି ସେତିକି ନୁହେଁ ଏହା ସମସ୍ତ ସାପ ଓ ଅନ୍ୟ ବିଷାକ୍ତ ଜୀବ ମାନଙ୍କ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ବୋଲି କୁହାଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories