www.samajalive.in
Wednesday, December 10, 2025
16.1 C
Bhubaneswar

ଆଜି ଦିଲ୍ଲୀରେ ବସିବ ଏନଡିଏ ନେତାଙ୍କ ବୈଠକ; ରାଷ୍ଟ୍ରପତି ନିର୍ବାଚନ ଓ ମୌସୁମୀ ଅଧିବେଶନକୁ ନେଇ ହେବ ଚର୍ଚ୍ଚା

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସିବ ଏନଡିଏ ନେତାଙ୍କ ବୈଠକ । ରାଷ୍ଟ୍ରପତି ନିର୍ବାଚନ ଓ ମୌସୁମୀ ଅଧିବେଶନ ପୂର୍ବରୁ ଏହି ବୈଠକ ବସୁଥିବା ଜଣାପଡ଼ିଛି । ଆଜି ସଂଧ୍ୟାରେ ବସିବାକୁ ଥିବା ଏହି ବୈଠକରେ ଉଭୟ ଗୃହର ସାଂସଦମାନେ ଏଥିରେ ଉପସ୍ଥିତ ରହିବେ । ଖାଲିସେତିକି ନୁ​‌ହେଁ ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଆଗକୁ ଆସୁଥିବା ରାଷ୍ଟ୍ରପତି ନିର୍ବାଚନ ଓ ମୌସୁମୀ ଅଧିବେଶନ ପାଇଁ ଏହି ବୈଠକ ଦଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବହନ କରିବ । ଏହି ଦୁଇ ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା କରାଯିବ । ସାଂସଦ ମାନେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବାର ପ୍ରକ୍ରିୟା ବିଷୟରେ ବସିବାକୁଥିବା ଏହି ବୈଠକରେ ଅବଗତ ହେବା ସହ  ସାଂସଦ ମାନଙ୍କୁ ଅନେକ ଗୁରୁମନ୍ତ୍ର ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ଏନଡିଏ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଗତ ୨୪ ତାରିଖରେ ସେ ନାମାଙ୍କନ ଦାଖଲ କରିଥିଲେ । ତାଙ୍କ ନାମାଙ୍କନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏନଡିଏର ବହୁ ବଡ଼ ବଡ଼ ନେତା ଉପସ୍ଥିତ ଥିଲେ ।

- Advertisement -

ତାହାସହ ଅନ୍ୟ ଦଳର କିଛି  ନେତା, ମନ୍ତ୍ରୀ ଓ ସାଂସଦ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଭାରତରେ ପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଯଦି ଦ୍ରୌପଦୀ ଏହି ନିର୍ବାଚନ ଜିତନ୍ତି ତେବେ ସେ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories