www.samajalive.in
Monday, December 8, 2025
27.1 C
Bhubaneswar

ସାବାଡ଼ ହେବେ ଅପରାଧୀ; ଆରମ୍ଭ ହେଲା ଜେଲ୍‌ ପରେଡ୍‌

ଭୁବନେଶ୍ୱର: ରାଜଧାନୀରେ ଏଣିକି ସାବାଡ ହେବେ ଅପରାଧୀ । ଭୁବନେଶ୍ୱରରେ ଅପରାଧୀମାନଙ୍କୁ ସାବାଡ଼ କରିବାକୁ ପୁଲିସ ରଣନୀତି ପ୍ରସ୍ତୁତ କରୁଛି । ଭୁବନେଶ୍ୱରର ଝାରପଡ଼ା ଜେଲରେ ଜେଲ୍‌ ପରେଡ୍‌ ଆରମ୍ଭ ହୋଇଛି । ଏଥିରେ ସମସ୍ତ ଥାନାର ଏସିପି ଓ ଆଇଆଇସି ସାମିଲ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଗତ ସପ୍ତାହରେ ଗିରଫ ହୋଇଥିବା ଅପରାଧୀଙ୍କ ସମ୍ପର୍କରେ ପୁଲିସ ସମସ୍ତ ତଥ୍ୟ ନେଇଛି । ଆଗକୁ ମଧ୍ୟ ସପ୍ତାହର ସବୁ ରବିବାରରେ ଜେଲ୍‌ ପରେଡ କରାଯିବା ନେଇ ସୂଚନା ଦିଆଯାଇଛି । ରାଜଧାନୀରେ ବଢ଼ୁଥିବା ଅପରାଧକୁ ଦୃଷ୍ଟିରେ ରଖି ଜେଲ୍‌ ପରେଡ କରାଯାଇଥିବା ସୂଚନା ମିଳିଛି । ଏଥି ସହିତ ଜେଲ ଫେରନ୍ତାଙ୍କୁ ସାବାଡ଼ କରିବାକୁ ପୁଲିସ ଏପରି ରଣନୀତି ପ୍ରସ୍ତୁତ କରିଥିବା କହିଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories