www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ

ହିନ୍ଦୁମାନଙ୍କ ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରୁ ଓଡ଼ିଶାର ଜଗତସିଂହପୁରରେ ଥିବା ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ମା’ ଶାରଳାଙ୍କୁ ବାକ୍‍ ଦେବୀ ତଥା ଜ୍ଞାନ ଓ ବିଜ୍ଞତାର ଦେବୀ ବୋଲି ମଧ୍ୟ କୁହାଯାଇଥାଏ। ନବରାତ୍ରି , ପାର୍ବଣ, ଶାରଦୀୟ ଉତ୍ସବ,ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା, ଚନ୍ଦନ ଯାତ୍ରା ଏହି ସମସ୍ତ ଉତ୍ସବ ମାନଙ୍କରେ ଏଠାରେ ବହୁ ଜନସମାଗମ ହୋଇଥାଏ। ବହୁ ଭକ୍ତମାନେ ଏଠାକୁ ଆସି ନିଜର ମନୋସ୍କାମନା ପୂରଣ କରିଥାଆନ୍ତି। ଏଠାକୁ ଭକ୍ତମାନେ ଆସି ଏକ ଅପୂର୍ବ ଶାନ୍ତି ପାଇଥାଆନ୍ତି ବୋଲି ମଧ୍ୟ ମାନ୍ୟତା ରହିଛି।ବହୁ ଲୋକେ ଏଠାରେ ଅନେକ ମାନସିକ କରିଥାଆନ୍ତି। ଭକ୍ତି
ଓ ଶ୍ରଦ୍ଧାଭାବ ରଖି ମା’ଙ୍କୁ ଡ଼ାକିଲେ ସମସ୍ତ ଦୁଃଖ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି। ଏହି ନବରାତ୍ରି ସମୟରେ ଓ ଦଶହରାରେ ମଧ୍ୟ ମା’ଙ୍କ ପାଖେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ବିଭିନ୍ନ ପ୍ରକାର ଫଳମୂଳ, ଅନ୍ୟାନ୍ୟ ଭୋଗ ସହିତ ମା’ଙ୍କୁ ବିଭିନ୍ନ ପୁଷ୍ପରେ ସଜାଯାଇଥାଏ। ମା’ଙ୍କର ଦିବ୍ୟ ରୂପକୁ ଦେଖି ଖୁବ ଆନନ୍ଦ ଲାଗିଥାଏ। ବହୁ ଦୂରଦୁରାନ୍ତରରୁ ଲୋକେ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ଆସିଥାଆନ୍ତି।
ମନ୍ଦିରର ଚତୁଃପାଶ୍ୱର୍ରେ ବହୁ ଦେବାଦେବୀ ମଧ୍ୟ ରହିଛନ୍ତି। ମନ୍ଦିରର କାରୁକାର୍ଯ୍ୟ ଓ ଶୋଭା ସଭିଁଙ୍କୁ ବେଶ ଆକର୍ଷିତ କରିଥାଏ। ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଏହି ସ୍ଥାନଟି ପରିପୂର୍ଣ୍ଣ ଅଟେ।
ଗମନାଗମନ ଦୃଷ୍ଟିରୁ ନିକଟତମ ରେଳ ଷ୍ଟେସନ ହେଉଛି କଟକ। ସେଠାରୁ ଟ୍ୟାକ୍ସି ମାଧ୍ୟମରେ ମନ୍ଦିରକୁ ଯାଇପାରିବେ।
ନିକଟତମ ବିମାନବନ୍ଦର ହେଉଛି ଭୁବନେଶ୍ୱର।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories