www.samajalive.in
Monday, December 8, 2025
17.1 C
Bhubaneswar

ରୋଜଗାର ବଢାଇବା ପାଇଁ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ରରେ କିଛି ଏପରି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାଦ୍ୱାରା ପରିବାର ସଦସ୍ୟଙ୍କର ରୋଜଗାର ବଢିବା ସହ ସଞ୍ଚୟ ମଧ୍ୟ ହୋଇଥାଏ। ମା ଲକ୍ଷ୍ମୀ ଓ କୁବେରଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ନିୟମ ବର୍ଣ୍ଣନା କରାଯାଇଛି। ଏହି ସମସ୍ତ ଉପାୟ କରିବା ଦ୍ୱାରା ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ। ଏହି ଗ୍ରନ୍ଥରେ ଘରର ମୁଖ୍ୟଦ୍ୱାରରୁ ଆରମ୍ଭ କରି ପ୍ରତ୍ୟେକ ସ୍ଥାନରେ କିଛି ଉପାୟ କରିବା ବିଷୟରେ ବର୍ଣ୍ଣନା କରାଯାଇଛି।
ରୋଜଗାର ବଢାଇବା ପାଇଁ ଘରର ଆଲମାରୀରେ ମା’ ଲକ୍ଷ୍ମୀଙ୍କର ଫଟୋ କିମ୍ବା ମୂର୍ତ୍ତି ଲଗାନ୍ତୁ। ଏପରି ଯଦି ନ କରି ପାରନ୍ତି ତେବେ ସୁନା କିମ୍ବା ଚାନ୍ଦିର ଟଙ୍କାକୁ ମଧ୍ୟ ରଖି ପାରିବେ। ଏପରି କରିବା ଦ୍ୱାରା ରୋଜଗାର ବଢିଥାଏ।ଘରର ଐଶାନ୍ୟ କୋଣ (ପୂର୍ବ-ଉତ୍ତର ଦିଗ)କୁ ଖାଲି ରଖନ୍ତୁ। ଏହିଦିଗକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ଏହି ଦିଗରେ ପୂଜା ଘର ମଧ୍ୟ ରଖି ପାରିବେ। ଏପରି କରିବା ଦ୍ୱାର କୁପ୍ରଭାବ ନଷ୍ଟ ହେବା ସହ ସକରାତ୍ମକ ଶକ୍ତି ବଢିଥାଏ।
ଘରର ମୁଖ୍ୟ କବାଟକୁ ସକାଳେ ଓ ସନ୍ଧ୍ୟା ବେଳେ ଖୋଲା ରଖନ୍ତୁ। ଏବଂ ଘରକୁ ଭିତରକୁ ଯେପରି ଆଲୋକ ପ୍ରବେଶ କରି ପାରିବ ସେହିପରି ବ୍ୟବସ୍ଥା କରନ୍ତୁ।ସନ୍ଧ୍ୟା ସମୟରେ ଘରର ମୁଖ୍ୟ କବାଟର ଦୁଇ ପଟେ ଦୀପ ଜଳାନ୍ତୁ। ଏହାସହ ଘରର ମନ୍ଦିର ଓ ଯେଉଁଠି ପାଣି ରଖୁ ଥିବେ ସେହି ସ୍ଥାନରେ ଦୀପ ଲଗାଇବା ଉଚିତ।
ସକାଳେ ଗାଧୋଇ ସାରିବା ପରେ ମୁଖ୍ୟ କବାଟରେ ସତେଜ ଫୁଲହାର ଲଗାନ୍ତୁ। ଏପରି ପ୍ରତ୍ୟେକ ଦିନ ନ କରିପାରିଲେ ସପ୍ତାହକୁ ଥରେ କରିବା ଅତ୍ୟନ୍ତ ଆବଶ୍ୟକ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories