www.samajalive.in
Friday, December 5, 2025
26.1 C
Bhubaneswar

ସ୍ମାର୍ଟଫୋନ୍‌‌ର ମାୟା

ଭାରତରେ ସ୍ମାର୍ଟଫୋନ୍ ମାୟାରେ ଉଭୟ ବୟସ୍କ ଓ ଯୁବପିଢ଼ି ଏକରକମ ବାନ୍ଧି ହୋଇଯାଇଛନ୍ତି କହିଲେ ଚଳେ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ୩୭.୭କୋଟି ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରିଛନ୍ତି। ୭୮ ପ୍ରତିଶତରୁ ଅଧିକ କିଶୋର ଦୈନିକ ୪ ଘଣ୍ଟାରୁ ଅଧିକ ସମୟ ସ୍ମାର୍ଟଫୋନ୍‌ରେ ଗେମ୍ ଖେଳି ଅବା ୟୁ-ଟ୍ୟୁବ୍‌ ଦେଖୁଥିବାବେଳେ ଏହି ଅଭ୍ୟାସକୁ ତୁରନ୍ତ ନିୟନ୍ତ୍ରଣ କରିବା ଜରୁରୀ। ନଚେତ୍ ଆଗାମୀ ଦିନରେ ସେମାନେ ଅବସାଦ ରୋଗରେ ଆକ୍ରାନ୍ତ ହେବା ଥୟ ବୋଲି ବିଶେଷଜ୍ଞଙ୍କ ମତ।
କର୍ମଜୀବୀ ଲୋକେ ସୋସିଆଲ ସାଇଟ୍‌ରେ ଖୁବ୍ କମ୍ ସକ୍ରିୟ ରହୁଥିବାବେଳେ ଅବସରପ୍ରାପ୍ତ ଓ ଗୃହିଣୀମାନେ ଦିନକୁ ୬ ଘଣ୍ଟାରୁ ୭ଘଣ୍ଟା ସ୍ମାର୍ଟଫୋନ୍‌ରେ ଅତିବାହିତ କରୁଛନ୍ତି।
ଭାରତର ପ୍ରାୟ ୮୦% ଲୋକ ସ୍ମାର୍ଟଫୋନ୍ ଜରିଆରେ ଇଣ୍ଟରନେଟ୍ ଚଳାଉଛନ୍ତି। ଏହା ସହ ୫୫% ଲୋକେ ଫୋନ୍‌କୁ ପାଖରେ ରଖି ହିଁ ଶୋଇଥାନ୍ତି।
ପିଲାଙ୍କୁ ସ୍ମାର୍ଟଫୋନ୍‌ ନଦେଇ ବରଂ ବାହାରେ ଖେଳିବାକୁ, ସାଇକଲ ଚଳାଇବାକୁ ଅବା ଚିତ୍ର ଆଙ୍କିବାକୁ ଉତ୍ସାହିତ କରନ୍ତୁ। ଅଭିଭାବକ ଭାବୁଥିବେ, ଅନ୍ତତଃ ପିଲା ନୀରବ ହୋଇ ଗୋଟିଏ ସ୍ଥାନରେ ମୋବାଇଲ୍ ଦେଖୁଛି, କିନ୍ତୁ ତାହା ହିଁ ଭବିଷ୍ୟତରେ ପ୍ରାଣଘାତକ ସାବ୍ୟସ୍ତ ହୋଇଥାଏ। ପରୀକ୍ଷାରୁ ଜଣାପଡ଼ିଛି ଯେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା କିଶୋରଙ୍କ ମାନସିକ ସ୍ଥିତି କିଛି ବର୍ଷ ପରେ ହିଁ ପ୍ରଭାବିତ ହୋଇଥାଏ। ଏମାନେ ଖୁବ୍ ଜିଦ୍‌ଖୋର ସ୍ବଭାବର ଦିନକୁଦିନ ହୋଇଥାନ୍ତି।
ଏକ ନାମୀ କମ୍ପାନୀର ସିଇଓ ପଦରେ କାର୍ୟ୍ୟରତ ୪୭ ବର୍ଷୀୟା ସେଲିନାଙ୍କ ମତରେ, କାମ ପାଇଁ ଦିନକୁ ୩-୪ ଘଣ୍ଟା ତାଙ୍କୁ ସୋସିଆଲ ସାଇଟ୍‌ରେ ସକ୍ରିୟ ରହିବାକୁ ପଡ଼େ କିନ୍ତୁ ଛୁଟିଦିନରେ ସେ ଏସବୁକୁ ଆଦୌ ସମୟ ଦିଅନ୍ତି ନାହିଁ।
କେତେକ ବର୍ଗର ଲୋକ ସକାଳୁ ଉଠିବା ପରେ ଓ ରାତିରେ ଶୋଇବା ପର୍ୟ୍ୟନ୍ତ ସ୍ମାର୍ଟଫୋନ୍‌‌ରେ ସମୟ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି। ତେବେ ଏହା ଏକ ପ୍ରକାରର ରୋଗ ବୋଲି ବିଶେଷଜ୍ଞଙ୍କ ମତ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହେଲା ସ୍ମାର୍ଟଫୋନ୍‌କୁ କେବେହେଲେ ସାର୍ଟ ପକେଟ୍‌ରେ ରଖନ୍ତୁ ନାହିଁ। ଶୋଇବାବେଳେ ଅନେକ ଲୋକ ତକିଆ ତଳେ ଫୋନ୍‌‌କୁ ରଖନ୍ତି। ପରବର୍ତ୍ତୀ ସମୟରେ ମୁଣ୍ଡବଥା ରୋଗ ଆରମ୍ଭ ହେଲେ ଆମେ ଏହାର ପ୍ରକୃତ କାରଣକୁ ଠାବ କରିପାରି ନ ଥାଉ।
ମୁଣ୍ଡ ଅଧିକ ତଳକୁ କରି ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲେ ସମୟକ୍ରମେ ବେକ ହାଡ଼ ବିନ୍ଧା ସମସ୍ୟା ଆରମ୍ଭ ହୋଇଥାଏ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories