www.samajalive.in
Saturday, December 13, 2025
26.1 C
Bhubaneswar

ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର

ଫୁଲବାଣୀ: ଆଜି ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ମାଟ୍ରିକ ପରୀକ୍ଷାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି। ମାଟ୍ରିକ ପରୀକ୍ଷାରେ ବିଧାୟକ ଅଙ୍ଗଦ କହଁର ବି-୧ ଗ୍ରେଡ ପାଇଛନ୍ତି ଏବଂ  ଶତକଡ଼ା ୭୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି।

ପାରିବାରିକ ସମସ୍ୟା ଯୋଗୁ ଅଧାରୁ ପାଠ ଛାଡ଼ିଥିବା ବିଜେଡ଼ି ବିଧାୟକ ଅଙ୍ଗଦ କହଁର ମୋଟ ୫୦୦ ମାର୍କରୁ ୩୬୪ ନମ୍ବର ରଖିଛନ୍ତି। ଫୁଲବାଣୀ ଏଜେଓ ହାଇସ୍କୁଲରେ ସେ ଷ୍ଟେଟ ଓପେନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥିଲେ। ମାଟ୍ରିକ ପରୀକ୍ଷାରେ ସର୍ବାଧିକ ସଂସ୍କୃତରେ ୮୪ ନମ୍ବର ରଖିଥିବାବେଳେ ଇଂରାଜୀରେ ସର୍ବନିମ୍ନ ୫୭ ନମ୍ବର ରଖିଛନ୍ତି। ସେହିପରି ଗଣିତରେ ୭୮, ବିଜ୍ଞାନରେ ୬୭ ଓ ସାମାଜିକ ବିଜ୍ଞାନରେ ୭୮ ନମ୍ବର ରଖିଥିବା ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories