www.samajalive.in
Saturday, December 13, 2025
26.1 C
Bhubaneswar

ଏକଲବ୍ୟ ଆବାସିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଝୁମ୍ପୁରା: ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ଗିଧିବାସଠାରେ ରହିଥିବା ଆବାସିକ ଏକଲବ୍ୟ ବିଦ୍ୟାଳୟ ପରିସରରେ ବୁଧବାର ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜଗନ୍ନାଥ ମିଶ୍ରଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ଏକ ସଚେତନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଝୁମ୍ପୁରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁଶିଲ କୁମାର ଦାସ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅସନପାଟ ସମିତିସଭ୍ୟ ଜୟନ୍ତ୍ରୀ ମହାକୁଡ, ବାଲିବନ୍ଧ ବନପାଳ ବୁଲୁ ନାହାକ, ଉଖୁଣ୍ଡା ବନପାଳ ପ୍ରମୋଦ କୁମାର ବେହେରା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡମ୍ବରୁଧର ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ ବୃକ୍ଷ ହିଁ ଜୀବନ ବୃକ୍ଷ ଯୋଗୁଁ ବର୍ଷା ହେବାଠାରୁ ଆରମ୍ଭ କରି ଦୂଷିତ ଅଙ୍ଗରକାମ୍ଳ ଗ୍ୟାସକୁ ଶୋଷି ପରିବେଷକୁ ସୁସ୍ଥ ବାୟୁ ପ୍ରଦାନ କରିଆସୁଛି। ତା’ ସହିତ ପୃଥିବୀର ଜୀବ ଯନ୍ତୁମାନଙ୍କୁ ପ୍ରତି ଋତୁରେ ଭିନ୍ନ ଭିନ୍ନ ପୃଷ୍ଟିକର ସ୍ୱାଦିଷ୍ଟ ଫଳ ଯୋଗାଇ ଆସୁଛି। ବର୍ତ୍ତମାନ ପୃଥିବୀ ପୃଷ୍ଠରୁ ଗଛ ସଂଖ୍ୟା ଦିନକୁ ଦିନ କମି କମି ଯାଉଛି। ତେଣୁ ପ୍ରତିଟି ବ୍ୟକ୍ତି ପ୍ରତିବର୍ଷ ଗୋଟିଏ ଗଛ ଲଗାଇ ତାର ସେବାଯତ୍ନ କଲେ ଆମେ ସଦା ସର୍ବଦା ମୁକ୍ତ ବାୟୁ ପାଇ ପାରିବା। ଏହି ସନ୍ଦେଶ ସମସ୍ତଙ୍କ ପାଖରେ ପହଞ୍ଚାଇବା ଦିଗରେ ଆଜି ସମସ୍ତେ ଶପଥ କରିବା ଏବଂ ବୃକ୍ଷକୁ ସୁରକ୍ଷା ଦେବା ଦିଗରେ ସମସ୍ତେ ଏକାକାର ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା ଖାଲି ସ୍ଥାନରେ ଆମ୍ବ, ପଣସ, କାଜୁ, ଅମୃତ ଭଣ୍ଡା, କଦଳୀ ଆଦି ଗଛ ଲଗାଇଥିବା ଦେଖିବାକୁ ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories