www.samajalive.in
Monday, December 8, 2025
14.1 C
Bhubaneswar

ମାଟ୍ରିକ ପରୀକ୍ଷାରେ ଝୁମ୍ପୁରା ଶିଶୁ ବିଦ୍ୟାମନ୍ଦିରର ସଫଳତା

ଝୁମ୍ପୁରା: କରୋନା ମହାମାରୀ ଆସିବା ପରେ ସରକାର ସ୍କୁଲ ବନ୍ଦ କରିଥିବାରୁ ପିଲାଙ୍କ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହୋଇଥିଲା। କିନ୍ତୁ ସରକାର କରୋନାର ପ୍ରକୋପ କମିବା ପରେ ସ୍କୁଲ ଖୋଲିବା ପରେ ପାଠପଢ଼ା ସ୍ୱାଭାବିକ ହେବା ସହିତ ସରକାର ନିର୍ଦ୍ଦାରିତ ସମୟ ମଧ୍ୟରେ ଉଚ୍ଚ ମାଧ୍ୟମିକ ପରୀକ୍ଷା କରିଥିଲେ ଏବଂ ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ଝୁମ୍ପୁରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨ ଜଣ ଛାତ୍ର ଏ-୧ ଗ୍ରେଡରେ ପାସ୍ କରି ଚଳିତ ବର୍ଷ ବିଦ୍ୟାଳୟର ଗୌରବକୁ ବଢ଼ାଇ ପାରିଛନ୍ତି। ବିଦ୍ୟାଳୟର ଛାତ୍ର ସନ୍ଦିପ କୁମାର ପ୍ରଧାନ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଶତକଡା ୯୮.୧୭ ପ୍ରତିଶତ ନମ୍ବର ରଖି ପାସ୍ କରିଛନ୍ତି। ସନ୍ଦିପଙ୍କ ବାପା ଝୁମ୍ପୁରା ସ୍ଥିତ ପି ଏସ୍‍ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ମାଆ ମମତା ରାଣୀ ପ୍ରଧାନ ଜଣେ ଗୃହିଣୀ। ସନ୍ଦିପଙ୍କୁ ଏହି ସଫଳତା ତାଙ୍କ କଠିନ ପରିଶ୍ରମ ଆଜି ଆଣି ଦେଇଛି ବୋଲି କହିଛନ୍ତି। ସେ ଶିଶୁ ବିଦ୍ୟାମନ୍ଦିର ପରିସର ମଧ୍ୟରେ ରହିଥିବା ଛାତ୍ରାବାସରେ ରହି ଶିକ୍ଷା ଗ୍ରହଣ କରିବା ସହିତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖି ଯେଉଁ ବିଷୟ ଏବଂ ଯେଉଁ ପ୍ରଶ୍ନ ତାଙ୍କୁ ବୁଝିବାରେ ଅଡୁଆ ଲାଗେ ତାକୁ ବାରମ୍ବାର ଗୁରୁଜୀ ଗୁରୁମା’ମାନଙ୍କ ଠାରୁ ପଚାରି ବୁଝି ନେଉଥିଲେ। ଛାତ୍ରାବାସରେ ରହୁଥିବା ସମୟରେ କ୍ଲାସ ସାରିବା ପରେ ମଧ୍ୟ ୪ରୁ ୫ ଘଣ୍ଟା ପରିଶ୍ରମ କରୁଥିଲେ। ସେହିପରି ଫର୍ମ ପୂରଣ କରିବା ପରେ ଘରେ ରହି ପ୍ରତିଦିନ ୭ରୁ ୮ ଘଣ୍ଟା ପାଠପଢ଼ାରେ ସମୟ ଦେଉଥିଲେ ବୋଲି କହିଛନ୍ତି। ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ଗରିବମାନଙ୍କ ସେବା କରିବାର ଲକ୍ଷ୍ୟ ରଖିଥିବା ସମ୍ପର୍କରେ ସନ୍ଦିପ ଆମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ ଏହି ସଫଳତା ପଛରେ ତାଙ୍କ ବାପା, ମାଆ ଏବଂ ଗୁରୁଜୀ ଗୁରୁମାଙ୍କ ବିଶେଷ ଭୂମିକା ରହିଥିଲା ବୋଲି କହିଛନ୍ତି।

ସେହିପରି ଏହି ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ର ସୌମ୍ୟରଞ୍ଜନ ପ୍ରଧାନ ମଧ୍ୟ ଶତକଡା ୯୩.୩୩ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ନାମକୁ ଉଜ୍ଜଳ କରି ପାରିଛନ୍ତି। ସୌମ୍ୟରଞ୍ଜନ ମଧ୍ୟ ବିଦ୍ୟାଳୟ ଛାତ୍ରାବାସରେ ରହି ଶିକ୍ଷାଗ୍ରହଣ କରୁଥିଲେ। ତାଙ୍କ ବାପା ଓଡ଼ିଶା ସ୍ୱଞ୍ଜ କାରଖାନାରେ କାର୍ଯ୍ୟକରୁଥିବା ବେଳେ ତାଙ୍କର ମାଆ ଝୁମ୍ପୁରା ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି ସଫଳତା ପଛରେ ତାଙ୍କ ବାପା, ମାଆ ଏବଂ ବିଦ୍ୟାଳୟର ଗୁରୁଜୀ ଗୁରୁମାଆଙ୍କ ଭୂମିକା ରହିଛି ବୋଲି କହିଛନ୍ତି। ଶିଶୁ ବିଦ୍ୟା ମନ୍ଦିରର ୨ ଛାତ୍ର ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବାରୁ ବିଦ୍ୟାଳୟ ଗୁରୁଜୀ ଗୁରୁମାଙ୍କ ମଧ୍ୟରେ ଆନନ୍ଦର ଲହାରୀ ଖେଳି ଯାଇଥିବା ଦେଖିବାକୁ ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories