www.samajalive.in
Sunday, December 14, 2025
19.1 C
Bhubaneswar

ଆପଣଙ୍କ ଏହି ଅଭ୍ୟାସ ପାଇଁ ଅଟକି ରହେ ସଫଳତା ; ଦେଖାଦିଏ ନାନାଦି ସମସ୍ୟା

ଅଧିକାଂଶ ସମୟରେ ସଭିଁଙ୍କ ଘରେ ଲୋକେ ଏଭଳି କିଛି କାର୍ଯ୍ୟ କରିଥାଆନ୍ତି,ଯାହା ଦ୍ୱାରା ଜୀବନରେ ନାନାଦି ସମସ୍ୟା ସୃଷ୍ଟି ହୋଇଥାଏ। ଯେପରି ବିଛଣାରେ ଖାଦ୍ୟ ଖାଇବା, ରୋଷେଇ ଘରେ ବହୁ ସମୟ ଧରି ଅଇଁଠା ବାସନ ପକାଇବା, ଘରର ବାଥରୁମକୁ ଅପରିସ୍କାର ରଖିବା ଇତ୍ୟାଦି। ଲୋକଙ୍କ ଏଭଳି ଅଭ୍ୟାସ ଘରେ ଘରେ ଦେଖାଯାଏ। ମାତ୍ର ଆପଣ ଜାଣନ୍ତି କି ,ଏଭଳି ବଦଅଭ୍ୟାସ ଜୀବନରେ ଅନେକ କୁପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏହି ଅଭ୍ୟାସ କାରଣରୁ ସଫଳତା ଅଟକି ରହିଥାଏ। ଜାଣନ୍ତୁ ଏହା ବିଷୟରେ…
ଶାସ୍ତ୍ରରେ ବିଛଣାରେ ବସି ଭୋଜନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ରୋଗ,ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ ବୋଲି ମାନ୍ୟତା ରହିଛି। ବାସ୍ତୁ ଅନୁଯାୟୀ ବିଛଣାରେ ବସି ଆଦୌ ଭୋଜନ କରିବା ଉଚିତ ନୁହେଁ। ଏହା ଘରେ ପରିବାରରେ ଅଶାନ୍ତି,ପରିବାରେ ସଦସ୍ୟଙ୍କର କରଜ ବୃଦ୍ଧି ହୋଇଥାଏ। ବିଛଣାରେ ବସି ଭୋଜନ ରୋଗକୁ ଡାକି ଆଣିବା ବୋଲି କୁହାଯାଏ। ତେଣୁ ଏଭଳି କରନ୍ତୁ ନାହିଁ।
ଅନେକ ଲୋକଙ୍କ ଅଭ୍ୟାସ ରୋଷେଇ ଘରେ ଅଧିକ ସମୟ ଯାଏଁ ଅଇଁଠା ବାସନ ପକାଇ ରଖିବା। ବାସରେ ବଳକା ଖାଦ୍ୟ ମଧ୍ୟ ପକାଇ ରଖିଥାଆନ୍ତି। ଏଭଳି କରୁଥିଲେ ଖୁବ କ୍ଷତି ହୋଇଥାଏ। ରାତିରେ ବାସନ ନ ମାଜୁଥିଲେ, ଏଥିରୁ ଅଇଁଠା କାଢି ପାଣି ଅଳ୍ପ ପକାଇ ଦିଅନ୍ତୁ। ନଚେତ୍‍ ଅଇଁଠା ବାସନ ପଡି ରହିଲେ ମା’ଲକ୍ଷ୍ମୀ ଅଶାନ୍ତି ହେବା ସହ କ୍ରୋଧ କରିଥାଆନ୍ତି। ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ହୋଇଥାଏ। ଧନର ଅଭାବ ହୋଇଥାଏ। ଜୀବନରେ ଚିନ୍ତା ଲାଗି ରହିଥାଏ।
ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ଏକ ବାଲଟିରେ ପାଣି ଭର୍ତ୍ତି କରି ରଖିବା ଦ୍ୱାରା ଚମତ୍କାରୀ ଲାଭ ମିଳିଥାଏ। ଏହାଦ୍ୱାରା କରଜରୁ ମୁକ୍ତି ମିଳିଥାଏ।
ବାଥରୁମରେ ବାଲଟିରେ ପାଣି ଭର୍ତ୍ତି କରି ରଖିବା ଦ୍ୱାରା ଜୀବନରେ ସଫଳତା ମିଳିଥାଏ। ଏହା ସହ ଧନର ଆଦୌ ଅଭାବ ହୋଇନଥାଏ।
ଘରର ଐଶାନ୍ୟ କୋଣ ସବୁଠାରୁ ପବିତ୍ର ସ୍ଥାନ ବୋଲି କୁହାଯାଏ। ଏହି ସ୍ଥାନରେ ପୂଜା ଘର କରାଯାଏ। ଏହି କୋଣରେ ସର୍ବଦା କଳସରେ ପାଣି ଓ ଫୁଲ ଦେଇ ରଖନ୍ତୁ। ଏହା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ନିୟମିତ ଏହି ଜଳକୁ ବଦଳାନ୍ତୁ।
ଘରର ମୁଖ୍ୟ ଦ୍ୱାର ନିକଟକୁ ଅସନା ଅପରିସ୍କାର ରଖନ୍ତୁ ନାହିଁ। ଏହାକୁ ନିୟମିତ ସଫା ରଖନ୍ତୁ। ଅସନା ଅପରିସ୍କାର ପଡି ରହିଲେ ଶତ୍ରୁ ସଂଖ୍ୟା ବୃଦ୍ଧି ହୋଇଥାଏ। ତେଣୁ ଏହି ସ୍ଥାନ ସଫା ରଖନ୍ତୁ।
ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ ଅନ୍ୟ କାହା ଠାରୁ କ୍ଷୀର,ଦହି,ପିଆଜ ଓ ଲୁଣ ଆଦି ଆଣନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ। ଏହାଦ୍ୱାରା ଘରେ ଆର୍ଥିକ ସମସ୍ୟା ଲାଗି ରହେ, ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି ଓ ସଫଳତା ଅଟକି ରହିଥାଏ। ଘରେ ସୁଖଶାନ୍ତି ରହିନଥାଏ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories