www.samajalive.in
Saturday, December 13, 2025
26.1 C
Bhubaneswar

ପିପିଲି କଲେଜ ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ସଂବର୍ଦ୍ଧନା ଉତ୍ସବ

ପିପିଲି: ପିପିଲି ମହାବିଦ୍ୟାଳୟର ଯୁକ୍ତ ୩ ଶେଷବର୍ଷ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନଙ୍କର ବିଦାୟକାଳୀନ ସଂବର୍ଦ୍ଧନା ଉତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଶିବପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବାଣିଜ୍ୟ ବିଭାଗର ଅଧ୍ୟାପକ ଚିତ୍ରସେନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଲୋପାମୁଦ୍ରା ପରିଡ଼ା, ସଞ୍ଚିତା ଜେନା, ସୁଦିପ୍ତ ଶତପଥୀ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀମାନେ ନିଜ କଲେଜ ଜୀବନ ସଂପର୍କରେ ଆଲୋକପାତ କରିବା ସହ ଶିକ୍ଷାଦାନ କ୍ଷେତ୍ରରେ କଲେଜର ଅଧ୍ୟାପକ, ଅଧ୍ୟାପିକାଙ୍କ ସାହାର୍ଯ୍ୟ ଓ ସହଯୋଗକୁ ମନେ ପକାଇଥିଲେ। ଏହି ଅବସରରେ କଲେଜରେ ନୂତନ ଭାବେ ଯୋଗଦେଇ ଥିବା ଅଧ୍ୟାପିକା ଲୋପାମୁଦ୍ରା ପରିଡ଼ା ଓ ସଞ୍ଚିତା ଜେନାଙ୍କୁ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories