www.samajalive.in
Friday, December 12, 2025
23.1 C
Bhubaneswar

କାଠଡ଼େରା ରଥଯାତ୍ରା ମହୋତ୍ସବରେ ‘ସେବା ଶିବିର’ ଉଦ୍‌ଘାଟିତ

ରେଙ୍ଗାଲିକ୍ୟାମ୍ପ: ଗୁଣ୍ଡିଚା ଧାମ ରୂପେ ପରିଗଣିତ ହେଉଥିବା ଅତାବିରା ବ୍ଲକର କାଠଡେରାରେ ଦୀର୍ଘ ଦଶ ଦିନ  ଧରି ଚାଲିଛି ରଥଯାତ୍ରା ମହୋତ୍ସବ ଓ ଲୋକ ମହୋତ୍ସବ ।ଏହି ମହୋତ୍ସବର ଚତୁର୍ଥ ଦିବସରେ ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା  ଅଟାନିରା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଅତାବିରା ବ୍ଲକ ସ୍କାଉଟ୍ ଗାଇଡ ତଥା ଜୁନିଅର ରେଡ କ୍ରସ ପକ୍ଷରୁ ସେବା ଶିବିର ଉଦଘାଟିତ ହୋଇଯାଇଛି । ଜିଲ୍ଲା ସ୍କାଉଟ୍ ଗାଇଡ ସମ୍ପାଦକ ଆଶୁତୋଷ ଦେଙ୍କ ଅଧ୍ୟକ୍ଷତାରେ ତଥା ବ୍ଲକ କ୍ରୀଡା ସମ୍ପାଦକ ଲବ ସାହୁଙ୍କ ତତ୍ବାବଧାନରେ ଆୟୋଜିତ ଏହି ସେବା ଶିବିରକୁ ରଥଯାତ୍ରା ମହୋତ୍ସବ କମିଟି କାଠଡେରାର ସମ୍ପାଦକ କରୁଣାକର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ  ଉଦଘାଟନ କରିଥିଲେ ।
ମହୋତ୍ସବ କମିଟିର କୋଷାଧ୍ୟକ୍ଷ କେଶବ ଭୁଏ, କମିଟିର  ବରିଷ୍ଠ  ନାଗରିକ  ରାମ ପ୍ରସାଦ ଭୋଇ, ଲଚିଦାର ପ୍ରଧାନ ଶିକ୍ଷକ ରମେଶ ଭୋଇ ସମ୍ମାନିତ ଅତିଥି  ଭାବରେ  ଯୋଗ ଦେଇଥିଲେ । ବରିଷ୍ଠ ସ୍କାଉଟ୍ ମାଷ୍ଟର ତଥା ତାଲିମ ଦାତା ଭୁବନେଶ୍ୱର ମହାକୁର,  ଟୋପ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତଥା ଗାଇଡ  କ୍ୟାପଟେନ  ଅନୁସୂୟା ଦେବତା, ଲଚିଦା ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ରମେଶ ସେଠ୍ ଏହି ସେବା ଶିବିରର କ୍ୟାମ୍ପ ମୁଖ୍ୟ ଭାବରେ ରହିଛନ୍ତି ।  ଲହଣ୍ଡାର  ସ୍କାଉଟ୍ ମାଷ୍ଟର କିଶୋର ପ୍ରଧାନ ଏହି  ଶିବିରର  ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶ୍ରୀମତୀ ଦେବତା ସ୍କାଉଟ ଗାଇଡ ତଥା ଜୁନିଅର ରେଡକ୍ରସର ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ  ଭୂମିକା  ଉପରେ  ଆଲୋକପାତ କରିବା ସହ ମହୋତ୍ସବ କମିଟି ତାଙ୍କୁ ସେଇ ସୁଯୋଗ ପ୍ରଦାନ କରୁଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଏହି  ଶିବିରରେ ଯୋଗ ଦେବା ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମୂଳକ ମନୋଭାବ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ତାହା ତାଙ୍କର ଭବିଷ୍ୟ ତଥା ଚରିତ୍ର ନିର୍ମାଣରେ  ସାହାଯ୍ୟ କରିଥାଏ ବୋଲି  କହିଥିଲେ । ଏହି ଶିବିରରେ ଟୋପ ଉଚ୍ଚ ବିଦ୍ୟାଳୟ, ଲାଚିଦା ଉଚ୍ଚ ବିଦ୍ୟାଳୟ, ହିର୍ଲି ପାଲି ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଗାଇଡ ତଥା ଜୁନିଅର ରେଡକ୍ରସର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।  ସ୍କାଉଟ୍ ଗାଇଡ ମାନେ ଝାଡୁ ଧରି ରଥ ମେଲଣ ସ୍ଥାନ ତଥା ଚତୁପାର୍ଶ୍ୱରେ ସଫେଇ କରିଥିଲେ । ସମସ୍ତ ଆବର୍ଜନାକୁ ଗୋଟେଇ ଥିଲେ ଓ ପରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ  ଜଳ ବଣ୍ଟନ କରିଥିଲେ ।  ଏହି ସେବା ଶିବିରଟି ଦୀର୍ଘ ସାତ ଦିନ ଧରି ଚାଲିବ  । ଏଥିରେ ସ୍କାଉଟ୍ ପ୍ରଶିକ୍ଷକ ପ୍ରତାପ ଗଡତିଆ, ବିଶ୍ଵନାଥ ମେହେର, ପ୍ରମୋଦ ମିଶ୍ର, ସୁବାସ ଗଡତିଆ , ଗିରିଧାରୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories