www.samajalive.in
Friday, December 12, 2025
27.1 C
Bhubaneswar

ଆମେରିକାର ଚିକାଗୋ ସହରରେ ପୁଣି ଫୁଟିଲା ଗୁଳି; ୬ମୃତ, ୨୪ ଆହତ

ଓ୍ୱାଶିଂଟନ୍‌: ଆମେରିକାର ଚିକାଗୋ ସହରରେ ପୁଣି ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଇଲିନୋଇଜ ସ୍ଥିତ ହାଇଲ୍ୟାଣ୍ଡ ପାର୍କରେ ଦୁର୍ବୃତ୍ତ ମାନେ ଗୁଳିକାଣ୍ଡ ଘଟାଇଥିବା ବେଳେ ଏଥିରେ ୬ଜଣଙ୍କ ମୃତ୍ୟୁ ହେବା ସହ ୨୪ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଏହି ଗୁଳିକାଣ୍ଡ ଗତକାଲି ଅର୍ଥାତ୍‌ ଜୁଲାଇ ୪ରେ ଘଟିଥିଲା ।

ଆମେରିକାର ସ୍ୱାଧୀନତା ଦିବସ ପରେଡ୍‌ ଚାଲିଥିବା ବେଳେ ଦୁର୍ବୃତ୍ତ ମାନେ ଇଲିନୋଇଜ ସ୍ଥିତ ହାଇଲ୍ୟାଣ୍ଡ ପାର୍କରେ ପହଞ୍ଚି ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୪ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଉଦବେଗ ପ୍ରକାଶ କରିବା ସହ କଡ଼ା ନିନ୍ଦା କରିଛନ୍ତି । ସେପଟେ ପୁଲିସ ଘଟଣାର ତଦନ୍ତ କରିବା ସହ ଦୁର୍ବୃତ୍ତ ମାନଙ୍କୁ ଗିରଫ କରିଛି ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories