www.samajalive.in
Friday, December 12, 2025
16.1 C
Bhubaneswar

ଆବର୍ଜନାରୁ ମୋ-ଖତ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୨ ସ୍ୱୟଂ ସହାୟିକା ଗୋଷ୍ଠୀର ୧୦ ରୁ ଅଧିକ ମହିଳା

ସୋରଡ଼ା : ଓଡ଼ିଶା ଜୀବିକା ମିଶନ୍‍ ଅନ୍ତର୍ଗତ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ ଯୋଜନା ସହିତ ପ୍ରକଳ୍ପ ନିର୍ମାଣ କରି ସେମାନଙ୍କୁ ପରିଚାଳନାର ଭାର ଦିଆଯାଉଛି। ଦୃଢ ଇଛାଶକ୍ତି ଅଭାବରୁ ସମସ୍ତ ସୁବିଧା ଥାଇ ମଧ୍ୟ ବେଳେବେଳେ ଅନେକ ସ୍ୱୟଂ ସହାୟିକା ଗୋଷ୍ଠୀ ଏହାର ଲାଭ ଉଠାଇ ପାରୁନାହାନ୍ତି। ଆଉ କିଛି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ କୌଣସି କାର୍ଯ୍ୟକୁ ଛୋଟବଡ଼ ନଭାବି ନିଜର ଇଛାଶକ୍ତି ଓ ଅଦମ୍ୟ ସାହସ ବଳରେ ସଫଳତା ପାଇଥାନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ସୋରଡ଼ା ଏନ୍‍ଏସିରେ। ଆବର୍ଜନାରୁ ମୋ- ଖତ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୨ ସ୍ୱୟଂ ସହାୟିକା ଗୋଷ୍ଠୀର ୧୦ ରୁ ଅଧିକ ମହିଳା।

ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଆବର୍ଜନା ପରିଚାଳନା ନିମନ୍ତେ ସହର ଉପକଣ୍ଠସ୍ଥ ଖିଲାବାଡ଼ି ନିକଟରେ ଏକ ସମ୍ପଦ କେନ୍ଦ୍ର ଗତ ଏକ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇଆସୁଛି। ୧୧ ୱାର୍ଡ଼ ବିଶିଷ୍ଟ ଏହି ଏନ୍‍ଏସିରେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ବସବାସ କରିଥାନ୍ତି। ପ୍ରତ୍ୟେକ ଦିନ ସହରରୁ ବାହାରୁଥିବା ଆବର୍ଜନାକୁ ଏକାଠି କରି ସମ୍ପଦ କେନ୍ଦ୍ରରେ ପ୍ରକ୍ରିୟାକରଣ କରି ସେଥିରୁ ଜୈବିକ ଖତ ଉତ୍ପାଦନ କରୁଛନ୍ତି ମହିଳା ଗୋଷ୍ଠୀ। ଯାହାକି ସ୍ଥାନୀୟ ଅଞ୍ଚଳର କୃଷି କାର୍ଯ୍ୟ ପାଇଁ ବ୍ୟବହାର ହେବା ସହିତ ସରକାରଙ୍କ ବନ, ଉଦ୍ୟାନ ଓ କୃଷି ବିଭାଗ ଦ୍ୱାରା କ୍ରୟ କରାଯାଇ ମୋ- ଖତ ଭାବେ ବ୍ୟବହାର କରାଯାଉଛି। ଫଳରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଅର୍ଥ ଉପାର୍ଜନ କରି ଏବଂ ପାରିଶ୍ରମିକ ବାବଦକୁ ପାଉଥିବା ପ୍ରୋତ୍ସାହନ ରାଶି ଜରିଆରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ମୋ- ଖତ କିଣା ବାବଦରେ ପୂର୍ବରୁ ଧାର୍ଯ୍ୟ ଦରକୁ ବୃଦ୍ଧି କରି କିଲୋ ପ୍ରତି ୨୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଯାହାଫଳରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ନିମନ୍ତେ ବେଶ୍‍ ସହାୟକ ହୋଇପାରିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories