www.samajalive.in
Saturday, December 13, 2025
26.1 C
Bhubaneswar

ବଜ୍ରପାତ ପାଇଁ ଦୋକାନରେ ଲାଗିଲା ନିଆଁ ; ଜଳିଗଲା କୋଟି କୋଟି ଟଙ୍କାର ଜିନିଷ

ପାଟନା : ବିହାରର ରାଜଧାନୀ ପାଟନା ପୋଶ ବଜାରରେ ଥିବା ହଥୁଆ ମାର୍କେଟରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ଅନେକ ଦୋକାନ ଜଳି ପୋଡି ପାଉଁଶ ହୋଇ ଯାଇଛି। ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଘଣ୍ଟା ଘଣ୍ଟା ପରିଶ୍ରମ ପରେ ନିଆଁକୁ କାବୁ କରିଥିଲେ। ବଜ୍ରପାତ କାରଣରୁ ପ୍ରଥମେ ଏକ ମଟରସାଇକେଲରେ ନିଆଁ ଲାଗିବା ପରେ ଏହି ନିଆଁ ଦୋକାନକୁ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ କୋଟି କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ସୂଚନା ମିଳିଛି।
ଆଜି ସକାଳେ ପାଟନାର ହଥୁଆ ମାର୍କେଟ ଥିବା ଦୋକାନରେ ନିଆଁ ଲାଗିବା ପରେ ଏହି ନିଆଁ ଧିରେ ଧିରେ ବ୍ୟାପିଥିଲା। ସ୍ଥାନୀୟ ଲୋକେ ଘଟଣା ବିଷୟରେ ଅଗ୍ନିଶମ କର୍ମଚାରୀକୁ ଖବର ଦେଇଥିଲେ।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଉକ୍ତ ଅଞ୍ଚଳରେ ପାଗ ଖରାପ ଥିବା ସହ ବଜ୍ରପାତ ଘଟିଛି। ବଜ୍ରପାତ କାରଣରୁ ପ୍ରଥମେ ମଟରସାଇକେଲରେ ନିଆଁ ଲାଗିବା ସହ ପରେ ଏହି ନିଆଁ ଦୋକାନକୁ ବ୍ୟାପିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories