www.samajalive.in
Saturday, December 13, 2025
18.1 C
Bhubaneswar

ସରିଲା ସର୍ବଦଳୀୟ ବୈଠକ; କଟକଣାରେ ଚାଲିବ ଅଧିବେଶନ

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଶେଷ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ଗୃହକୁ କିପରି ସୁରୁଖୁରୁରେ ଚଳାଯାଇପାରିବ ସେ ନେଇ ଆଲୋଚନା ହୋଇଛି । ଦିନକୁ ବିଧାନସଭା ୬ଘଣ୍ଟା ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଦୁଇଟି ପର୍ଯ୍ୟାୟରେ ଗୃହ ଚାଲିବା ନେଇ ସ୍ଥିର ହୋଇଥିବା ବେଳେ ପ୍ରଥମ ପ୍ରର୍ଯ୍ୟାୟ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଗୋଟାଏ ଯାଏ ଚାଲିବ ଓ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ଣ ୪ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ପରିବର୍ତ୍ତେ ୭ଟା ଯାଏ ଚାଲିବ ବୋଲି କୁହାଯାଇଛି । ଆଗରୁ ଗୃହ ୫ ଘଣ୍ଟା ଧରି ଚାଲୁଥିଲା । ଆସନ୍ତା ବିଧାନସଭା ଅଧିବେଶନ ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ୍‌ ୨୪ଟି କାର୍ଯ୍ୟ ଦିବସ ରହିଛି ।

ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି । ପରେ ପରେ ଅନ୍ୟ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା କରାଯିବ । ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ଆଗତ କରାଯିବ । ଆଜି ବସିଥିବା ଏହି ସର୍ବଦଳୀୟ ବୈଠକରେ ବିଜେଡି ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ମୁଖ୍ୟ ସଚେତକ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଓ କଂଗ୍ରେସର ବିଧାୟକ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ । ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ ମାନଙ୍କ ରୋନା ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ୩ ଦିନ ଯାଏ ବିଧାୟକ ମାନଙ୍କ କରୋନା ଟେଷ୍ଟ ହେବ । ବିଧାୟକଙ୍କ ସହ  ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯାଉଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ।

- Advertisement -

ବୈଠକରେ କରୋନା ସଂକ୍ରମଣ କମି ଥିବାରୁ ସ୍ୱାଭାବିକ ଭାବେ ଚାଲୁ ବୋଲି ପ୍ରସ୍ତାବ ଆସିଥିଲା । କିନ୍ତୁ ବାଚସ୍ପତି ଓ ସରକାରୀ ଦଳ କହିଲେ ବର୍ତ୍ତମାନ କୋଭିଡ ବଢୁଥିବାରୁ ରିସ୍କ ନେଇ ହେବନି । ସେହିପରି ବୈଠକରେ ବିରୋଧୀ ବିଜେଡି ଓ କଂଗ୍ରେସ ପକ୍ଷରୁ ସାମ୍ବାଦିକ ମାନଙ୍କୁ ଗୃହକୁ ଛାଡ଼ିବାକୁ ଦାବି କରାଯାଇଥିଲା । ସରକାର ଏହାକୁ ନେଇ ରାଜି ହେଲେ ନାହିଁ  । ହେଲେ ଚୂଡାନ୍ତ ନିଷ୍ପତ୍ତି ବାଚସ୍ପତି ନେବେ ବୋଲି ବୈଠକରେ ସୂଚନା ଦିଆଯାଇଛି  ।

ବୈଠକରେ ଗୃ଼ହରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହୁ ନ ଥିବାରୁ ବିରୋଧୀ ମାନଙ୍କ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିଲା  । ତେଣୁ ଗୁରୁତ୍ୱୂର୍ଣ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବାକୁ ଦାବି କରାଯାଇଥିବା ଜଣା ପଡିଛି  ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories