www.samajalive.in
Friday, December 12, 2025
26.1 C
Bhubaneswar

ଦୀପ ତଳ ଅନ୍ଧାର -ମହାନଗରରେ ମଫସଲର ଦୃଶ୍ୟ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ହେବାର ୯ ବର୍ଷ ବିତିଯିବା ସତ୍ୱେ ଏ ପର୍ଯ୍ୟନ୍ତ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ମହାନଗର ନିଗମର ନୂତନ କାର୍ଯ୍ୟାଳୟ ଦୁର୍ଗାପାଲି ସନ୍ନିକଟସ୍ଥ ଲକ୍ଷ୍ମୀ ଡୁଙ୍ଗୁରୀ ସ୍ଥିତ କ୍ରିଷ୍ଣା କଲୋନୀ ଠାରେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଦୀପ ତଳ ଅନ୍ଧାର ଭଳି ଏହି କଲୋନୀରେ ୨୦ରୁ ଉର୍ଦ୍ଧ ପରିବାର ପ୍ରାୟ ୩୦ ବର୍ଷରୁ ହେଲା ବସବାସ କରୁଛନ୍ତି। ଏହି କଲୋନୀକୁ ଯାତାୟାତ ପାଇଁ ରାସ୍ତାଟିଏ ମଧ୍ୟ ନାହିଁ। ଅସରାଏ ବର୍ଷାରେ କଲୋନୀକୁ ରାସ୍ତା କାଦୁଅ ହୋଇଯାଉଛି। ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ଏ ସର୍ମ୍ପକରେ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ନିଗମ କମିଶନର ପ୍ରଦୀପ ସାହୁଙ୍କୁ ସାକ୍ଷାତକାର କରି ଅଞ୍ଚଳର ବିକାଶ ନିମନ୍ତେ ଅନୁରୋଧ କରାଯାଇଥିଲା। ଏଥିସହ ଅଞ୍ଚଳବାସୀଙ୍କୁ ସରକାରୀ ଯୋଜନା ଗୁଡିକର ସୁଫଳ ଦେବା ପାଇଁ ମଧ୍ୟ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏବେ ପୁର୍ନବାର ବର୍ଷା ଋତୁ ଆସି ଯାଇଥିବାରୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଅଞ୍ଚଳର ରାସ୍ତାକୁ ଯାତାୟାତ ଉପଯୋଗୀ କରିବାକୁ ଦାବି କରାଯାଇଛି। ମଞ୍ଚର ଆବାହକ ଭବାନୀଶ ଭୋଇ ଓ କ୍ଷୀରେଶ୍ୱର ପ୍ରଧାନ ଅଞ୍ଚଳବାସୀଙ୍କ ଏକ ପ୍ରତିନିଧି ମଣ୍ଡଳ ନିଗମ କମିଶନରଙ୍କୁ ସାକ୍ଷାତ ସହ ଆଲୋଚନା କରିଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories