www.samajalive.in
Saturday, December 13, 2025
26.1 C
Bhubaneswar

ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ

ଟିଟିଲାଗଡ଼: ଜନୈକା ଦଳିତବର୍ଗର ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ସୋମବାର ଟିଟିଲାଗଡ଼ ଅତିରିକ୍ତ ଜିଲା ଦୌରା ଏବଂ ସେସନ ତଥା ସ୍ୱତନ୍ତ୍ର ବିଚାରପତି ରାଜକିଶୋର ମହାପାତ୍ର ଅଭିଯୁକ୍ତ ମୁକୁନ୍ଦ ବାଗକୁ ଦୋଷୀ ସାବ୍ୟସ୍ତ ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହାସହ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ୧ ବର୍ଷ ଅତିରିକ୍ତ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି। ଏନେଇ ସ୍ୱତନ୍ତ୍ର ସରକାରୀ ଓକିଲ ସୁଧୀର ମିଶ୍ରଙ୍କ ସୂଚନା କ୍ରମେ ୨୦୧୦ରେ ଅଭିଯୁକ୍ତ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଖଜୁରପଡା ଗ୍ରାମର ମୁକୁନ୍ଦ ଜନୈକା ନାବାଳିକାଙ୍କୁ ଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିଲା। ପରେ ବଲାଙ୍ଗୀର, ରାୟଗଡା ଆଦି ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ପରେ ଟିଟିଲାଗଡ଼ ରେଳ ଷ୍ଟେସନରେ ଛାଡି ଫେରାର ହୋଇଯାଇଥିଲା।

ଅଭିଯୁକ୍ତର ଜଣେ ସମ୍ପର୍କୀୟ ନାବାଳିକାଙ୍କୁ ରେଳ ଷ୍ଟେସନରୁ ନେଇ ତାଙ୍କ ଗାଁଠାରୁ କିଛି ଦୂରରେ ଛାଡି ଦେଇଥିଲେ। ନାବାଳିକାଙ୍କ ବାପାମାଆ ଦାଦନ ଖଟିବାକୁ ଯାଇଥିବା ବେଳେ ସମ୍ପର୍କୀୟ ଏନେଇ ଅଭିଯୁକ୍ତର ପରିବାରଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ, ହେଲେ ତାହା ନିଷ୍ଫଳ ହୋଇଥିଲା। ଏନେଇ ପରିବାର ଲୋକଙ୍କ ଅଭିଯୋଗ ନେଇ ଟିଟିଲାଗଡ଼ ପୁଲିସ ପକ୍ଷରୁ କେସ ନମ୍ବର ୪୮/୧୦ ଦଫା ୩୬୬, ୩୭୬, ୫୦୬, ୩(I) (X ) (XI) (XII)ରେ ମାମଲା ରୁଜୁ ସହ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ମାମଲାରେ ୧୨ ଜଣ ସାକ୍ଷୀଙ୍କୁ ଇଜଲାସ କରାଯାଇଥିଲା । ଜାମିନରେ ଥିବା ଅଭିଯୁକ୍ତକୁ କୋର୍ଟଙ୍କ ରାୟ ପ୍ରକାଶ ପରେ ଗିରଫ ସହ ବଲାଙ୍ଗିର ଜେଲକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ନାମରେ ଦକାୟତି, ମୋବାଇଲ, ବାଇକ ଚୋରି ଆଦି ମାମଲା ମଧ୍ୟ ରହିଥିବା ସରକାରୀ ଓକିଲ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories