www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରାବଣ ମାସ ଓ ବେଲପତ୍ର; ରାତାରାତି ବଦଳାଇବ ଭାଗ୍ୟ

ଆମେ ସମସ୍ତେ ଜାଣନ୍ତି ଯେ ଶ୍ରାବଣ ମାସ ହେଉଛି ପ୍ରଭୁ ଶିବଙ୍କ ମାସ। ଏହି ମାସରେ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ମହତ୍ତ୍ବ ଋଗ୍‌ବେଦରେ ଉଲ୍ଲେଖ କରାଯାଇଛି। ଶ୍ରାବଣ ମାସ ଆରମ୍ଭ ସହ ଭଗବାନ ଶିବଙ୍କ ଉପାସନା ଆରମ୍ଭ ହୋଇଥାଏ। ଭୋଳାନାଥଙ୍କ ଅଭିଷେକରୁ ପୂଜା ଆରମ୍ଭ ହୁଏ । ପ୍ରଭୁଙ୍କୁ କ୍ଷୀର, ପାଣି, ଦହି, ଘିଅ, ମହୁ ଓ ଗଙ୍ଗାଜଳ ଆଦିରେ ସ୍ନାନ କରାଯାଇଥାଏ। ଏହାପରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବେଲପତ୍ର, ଧତୁରା ଫୁଲ, କୁଶ ଓ ଦୂବ ଅର୍ପଣ କରାଯାଏ। ଶେଷରେ ଭାଙ୍ଗ ଓ ଶ୍ରୀଫଳ ଆଦି ଭୋଗ ଲଗା ଯାଇଥାଏ। ପ୍ରଭୁ ଶିବଙ୍କ ପୂଜାରେ ବେଲପତ୍ରର ବିଶେଷ ମହତ୍ବ ରହିଛି। ଶିବଲିଙ୍ଗରେ ବେଲପତ୍ର ଚଢାଇବାର ମହତ୍ବ ବିଷୟରେ ପ୍ରାଚୀନ ଶାସ୍ତ୍ରମାନଙ୍କରେ କୁହାଯାଇଛି। ଶ୍ରାବଣ ମାସରେ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଶିବଲିଙ୍ଗ ଉପରେ ବେଲପତ୍ର ଚଢା ଯାଇଥାଏ। ତେବେ ଆସନ୍ତୁ ଜାଣିବା ବେଲପତ୍ରର ମହତ୍ବ ଓ ଲାଭ ବିଷୟରେ –

ବେଲ ଗଛ ପୂଜା କରିବାର ଲାଭ :

- Advertisement -

୧. ବେଲ ଗଛକୁ ପୁରାଣରେ ଶ୍ରୀବୃକ୍ଷ କୁହାଯାଇଛି। ତେଣୁ ବିଶ୍ବାସ ରହିଛି ଯେ, ବେଲ ଗଛରେ ମା’ ଲକ୍ଷ୍ମୀ ବାସ କରି ଥାଆନ୍ତି। ତେଣୁ ଶ୍ରାବଣ ମାସରେ ଯିଏ ବେଲ ଗଛକୁ ପୂଜା ଜରେ ତା’ ଉପରେ ଭଗବାନ ଶିବଙ୍କ ସହ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ, ଯେଉଁ ଘରେ ବେଲ ଗଛ ଅଛି, ସେଠରେ କୌଣସି ବାସ୍ତୁ ଦୋଷ ରହେନାହିଁ ଓ ଘରର ସମୃଦ୍ଧି ହୋଇଥାଏ।

୨. ଶ୍ରାବଣ ମାସରେ ଯେଉଁ ଭକ୍ତ ବେଲ ଗଛ ନିକଟରେ ଠିଆ ହୋଇ ଘିଅ, ଅନ୍ନ କିମ୍ବା ମିଠା ଦାନ କରେ, ତାର କୌଣସି ଆର୍ଥିକ ସମସ୍ୟା ରହେନାହିଁ।

୩. ଶ୍ରାବଣ ମାସରେ ବେଲ ଗଛର ଚେର ଆଣନ୍ତୁ। ଏହାକୁ ନାଲି କପଡ଼ାରେ ଗୁଡ଼ାଇ ପୂଜା କରି ଧନ ରଖୁଥିବା ସ୍ଥାନରେ ରଖନ୍ତୁ, ଏହାଦ୍ବାରା ଘରେ କେବେହେଲେ ଧନର ଅଭାବ ରହି ନଥାଏ।

୪. ଶ୍ରାବଣ ମାସରେ ପ୍ରଭୁ ଭୋଳାନାଥଙ୍କୁ ବେଲପତ୍ର ଅର୍ପଣ କରିବା ଅତ୍ୟନ୍ତ ଲାଭଦାୟକ। ବିଶ୍ୱାସ କରାଯାଏ ଯେ, ଯଦି ଭୁଲ୍ ବଶତଃ ମଧ୍ୟ ଆପଣ ପ୍ରଭୁ ଶିବଙ୍କୁ ବେଲ ପତ୍ର ଅର୍ପଣ କରନ୍ତି, ତେବେ ଆପଣଙ୍କର ସମସ୍ତ ପାପ କ୍ଷୟ ହୋଇଯାଇଥାଏ।

 

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories