www.samajalive.in
Monday, December 8, 2025
24.1 C
Bhubaneswar

ଏହି ରାଶି ପାଇଁ ଖୁବ ଶୁଭ ନିମ୍ବ ଗଛ ଲଗାଇବା ; ଜାଣନ୍ତୁ ଅନ୍ୟ ମହତ୍ତ୍ୱ

ନିମ ଗଛର ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ଗୁଣ ରହିଛି । ଅନେକ ହୁଏତ ଜାଣି ନଥିବେ ନିମ ଗଛର ଅନେକ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି। ଜାଣନ୍ତୁ ୧୦ଟି ବିଶେଷ କଥା……
ନିମ ଗଛର ଔଷଧୀୟ ସହ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି।
ଜ୍ୟୋତିଷ ଶାସ୍ତ୍ରରେ ନିମର ସମ୍ବନ୍ଧ ଶନି ଓ କେତୁଙ୍କ ସହ ଜଡିତ। ତେଣୁ ଏହି ଦୁଇ ଗ୍ରହର ଶାନ୍ତି ନିମନ୍ତେ ଘରର ବଗିଚାରେ ନିମ ଗଛ ଲଗାଇବା ଉଚିତ।
ନିମ କାଠ ଯଜ୍ଞରେ ବ୍ୟବହାର କରିବା ଦ୍ୱାରା ଶନି ଦେବ ଶାନ୍ତି ହୋଇଥାଆନ୍ତି। ଏହାର ପତ୍ର ସ୍ନାନ ଜଳରେ ପକାଇ ସ୍ନାନ କରିବା ଦ୍ୱାରା କେତୁ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ।
ନିମ ଗଛକୁ ମା’ଦୁର୍ଗାଙ୍କର ସ୍ୱରୂପ ବୋଲି କୁହାଯାଏ।
ନିମ ପତ୍ରର ଧୂଆଁ ଘରେ ଦେବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ନିମର ମାଳା ଧାରଣ କରିବା ଦ୍ୱାରା ଶନିଙ୍କ କୁପ୍ରଭାବରୁ ରକ୍ଷା ମିଳିଥାଏ।
ନିମ ଗଛରେ ସାକ୍ଷାତ ମଙ୍ଗଳ ଦେବତା ବାସ କରିଥାଆନ୍ତି ବୋଲି ମାନ୍ୟତା ରହିଛି।
ନିମ ଗଛ ସର୍ବଦା ଘରର ଦକ୍ଷିଣ ଦିଗରେ ଲଗାଇବା ଦ୍ୱାରା ଘରେ ଥିବା ନାନା ସମସ୍ୟା ଦୂର ହୋଇଥାଏ।
ରାଶି ମଧ୍ୟରୁ ମକର ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ଅଗଣାରେ ଥିବା ବଗିଚାରେ ନିମ ଗଛ ନିଶ୍ଚୟ ଲଗାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories