www.samajalive.in
Sunday, December 14, 2025
23.1 C
Bhubaneswar

ଅଗ୍ନିପଥ ନିଯୁକ୍ତି ପ୍ରସଙ୍ଗ: ମୋହନା କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଆନ୍ଦୋଳନ

ମୋହନା: ଗଜପତି ଜିଲା ମୋହନା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ପ୍ରତିବାଦରେ ବ୍ଳକ କଂଗ୍ରେସ କମିଟି ସଭାପତି ଶଙ୍କର ପ୍ରଧାନଙ୍କ ନେତୃତ୍ବରେ ୨ଶହରୁ ଅଧିକ କର୍ମୀ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି। ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡଠାରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ଅଗ୍ନିପଥ ଯୋଜନା ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଥିଲେ। ଏହି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ମୋହନା ସମିତି ସଭ୍ୟ ବାଳକୃଷ୍ଣ ମଳିକ, ବିଧାୟକ ପ୍ରତିନିଧି ନିର୍ମଳ ପାଲ, ଚନ୍ଦ୍ରଗିରି ଜୋନ ସଭାପତି ଗୌରୀଶଙ୍କର ପ୍ରଧାନୀ, ଲୁହାଗୁଡି ପୂର୍ବତନ ସମିତି ସଭ୍ୟ ଭଗବାନ ଦଳେଇ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ଶବର, ହରିହର ସାହୁ, ସାଗର ବଳିଆରସିଂ, ପିଣ୍ଡିକି ସମିତି ସଭ୍ୟ ରମେଶ ବିଷୋୟୀ, ଲକ୍ଷ୍ମଣ ବଳିଆରସିଂ, ରମାକାନ୍ତ ବିଷୋୟୀଙ୍କ ସମେତ ବହୁ ମହିଳା ଓ ପୁରୁଷକର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ସେମାନେ କେନ୍ଦ୍ର ସରକାରଙ୍କ ଯୁବ ବିରୋଧୀ ନୀତିର ସମାଲୋଚନା କରିଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories