www.samajalive.in
Saturday, December 6, 2025
19.1 C
Bhubaneswar

କାର-ବାଇକ ମୁହାଁମୁହିଁ ଧକ୍କା; ୨ ମୃତ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କରଚବାଡି ପଞ୍ଚାୟତ ଅଧିନ ପଲ୍ଲିଗଜପତି ଗ୍ରାମ ନିକଟ ୩୨୬ ଜାତୀୟ ରାଜପଥ ବୁଲାଣିଠାରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୋହନାଠାରୁ ବିରିକୋଟ ପଞ୍ଚାୟତ ଅନ୍ତର୍ଗତ ଉଲିଆପଦା ଗ୍ରାମକୁ ମୋହନା ପଟୁ ଯାଉଥିବା ଏକ କାର ସହ ଅପରପାର୍ଶ୍ଵ ମାଣ୍ଡିମେରା ପଞ୍ଚାୟତ ଅଧିନ ବିକ୍ରମପୁର ଗ୍ରାମରୁ ମୋହନାକୁ କୌଣସି କାମରେ ଆସୁଥିବା ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଓ ଆରୋହୀ ମାଣ୍ଡିମେରା ଗ୍ରାମର ଜାକୋବ ବର୍ଦ୍ଧନ(୨୧) ଓ ସୁବିତ ବର୍ଦ୍ଧନ(୧୯) ରାସ୍ତା କଡ଼କୁ ଛିଟିକି ହୋଇ ପଡ଼ିଥିଲେ। ଗ୍ରାମବାସୀ ଖବର ପାଇ ସଙ୍ଗେ ସଙ୍ଗେ ୧୦୮କୁ ଖବର ଦେଇଥିଲେ। ଖବର ପାଇ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଜାକୋବଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ସମୟ ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁବିତ ମଧ୍ୟ ଆଖି ବୁଜିଥିବା ଡାକ୍ତର ସୂଚନା ଦେଇଥିଲେ। ଉଭୟ ଗୁରୁତରଙ୍କର ମୁଣ୍ଡ, ଛାତି ଓ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ କାର ଚାଳକ ଶ୍ରୀକାନ୍ତ ପଣ୍ଡା ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଏସଆଇ କୃଷ୍ଣଚନ୍ଦ୍ର ମଳିକ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories