www.samajalive.in
Sunday, December 14, 2025
23.1 C
Bhubaneswar

ବିଳମ୍ବରେ ଆସୁଥିଲେ, ସ୍କୁଲରେ ବସି ଗପୁଥିଲେ: ପରିଦର୍ଶନରେ ଆସି ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ

ପିପିଲି: ବିଦ୍ୟାଳୟକୁ ବିଳମ୍ବରେ ଆସୁଥିବା ଦୁଇଜଣ ଶିକ୍ଷୟିତ୍ରୀ ସୋମବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ହାବୁଡରେ ପଡ଼ିଥିଲେ। ବିଳମ୍ବରେ ସ୍କୁଲକୁ ଆସିବାର କାରଣ ସଂପର୍କରେ ସେମାନଙ୍କୁ ପଚାରିବା ସହ ତତ୍‍କ୍ଷଣାତ ଉକ୍ତ ଦୁଇ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ ମନ୍ତ୍ରୀ। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଏଣେ ତେଣେ ବୁଲିବା ସହ ଶ୍ରେଣୀଗୃହରେ ହୋହଲ୍ଲା କରୁଥିବା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀମାନେ କାର୍ଯ୍ୟାଳୟରେ ବସି ଗପସପ କରୁଥିବା ଦେଖି ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ। ଏ ସଂପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ୭ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ସହ ସେମାନଙ୍କ ଦରମା ବନ୍ଦ କରିବାକୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ସୂଚନା ଅନୁଯାୟୀ, ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଭୁବନେଶ୍ୱରରୁ ନିମାପଡ଼ା ଅଭିମୁଖେ ଯାଉଥିବା ବେଳେ ପୂର୍ବାହ୍ନ ୧୦ଟା ୨୦ ମିନିଟ୍‍ରେ ପିପିଲି ଟୋଲ୍‍ଗେଟ୍‍ ଛକ ଠାରେ ଦୁଇଜଣ ଶିକ୍ଷୟିତ୍ରୀ ଏକ ସ୍କୁଟରରେ ସ୍କୁଲକୁ ଯାଉଥିବା ଦେଖିବାକୁ ପାଇଥିଲେ। ରାସ୍ତାରେ ମନ୍ତ୍ରୀ ସେମାନଙ୍କୁ ଅଟଳାଇବା ସହ ବିଳମ୍ବରେ ସ୍କୁଲକୁ ଯିବାର କାରଣ ସଂପର୍କରେ ସେମାନଙ୍କୁ ପଚାରିଥିଲେ। କିନ୍ତୁ ଉକ୍ତ ଦୁଇ ଶିକ୍ଷୟିତ୍ରୀ ମନ୍ତ୍ରୀଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ମନ୍ତ୍ରୀ ଶ୍ରୀଦାଶ ଏ ସଂପର୍କରେ ପୁରୀ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇବା ସହ ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କୁ ଉକ୍ତ ବିଦ୍ୟାଳୟରେ ତୁରନ୍ତ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଉକ୍ତ ଦୁଇ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିବା ଜଗନ୍ନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ମନ୍ତ୍ରୀ ଶ୍ରୀ ଦାଶ ତତ୍‍କ୍ଷଣାତ୍‍ ପରିଦର୍ଶନ କରିଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟା ୪୦ ମିନିଟ୍‍ରେ ମନ୍ତ୍ରୀ ଉକ୍ତ ବିଦ୍ୟାଳୟରେ ପହଞ୍ଚିବା ସମୟରେ ପ୍ରଧାନଶିକ୍ଷକ ଏକ ସ୍କୁଟରରେ କେଉଁଆଡେ ଯିବାପାଇଁ ବିଦ୍ୟାଳୟରୁ ବାହାରୁଥିଲେ। ମନ୍ତ୍ରୀଙ୍କୁ ଦେଖି ପ୍ରଧାନଶିକ୍ଷକ ନିଜ କାର୍ଯ୍ୟାଳୟ ମଧ୍ୟକୁ ଯାଇଥିଲେ। ସେହି ସମୟରେ ବିଦ୍ୟାଳୟର କାର୍ଯ୍ୟାଳୟ ମଧ୍ୟରେ ୬ଜଣ ଶିକ୍ଷୟିତ୍ରୀ ବସି ଗପସପ କରୁଥିବା ବେଳେ ଛାତ୍ରଛାତ୍ରୀମାନେ ଏଣେତେଣେ ବୁଲୁଥିବା ଓ ଶ୍ରେଣୀଗୃହରେ ହୋହଲ୍ଲା କରୁଥିବା ଦେଖି ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ। ୧୦ଟାରୁ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାର ନିୟମ ଥିବା ବେଳେ ଏତେ ବିଳମ୍ବ ପର୍ଯ୍ୟନ୍ତ କାହିଁକି ପାଠପଢ଼ା ଆରମ୍ଭ ହୋଇନାହିଁ ବୋଲି ପ୍ରଧାନଶିକ୍ଷକଙ୍କୁ ମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏ ସଂପର୍କରେ ପ୍ରଧାନଶିକ୍ଷକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଉପସ୍ଥାନ ଖାତାରେ କେବଳ ପ୍ରଧାନଶିକ୍ଷକ ଦସ୍ତଖତ କରିଥିବା ବେଳେ ଅନ୍ୟ ୭ଜଣ ଦସ୍ତଖତ କରିନଥିବା ପରିଲକ୍ଷିତ ହୋଇଥିଲା। ସେମାନଙ୍କୁ ଅନୁପସ୍ଥିତ ବୋଲି ରେଜିଷ୍ଟରରେ ଉଲ୍ଲେଖ କରିବାକୁ ମନ୍ତ୍ରୀ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବିଦ୍ୟାଳୟକୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ବିଳମ୍ବରେ ଆସୁଥିବା, ଶ୍ରେଣୀଗୃହରେ ପାଠ ନପଢ଼ାଇ କାର୍ଯ୍ୟାଳୟରେ ବସି ଗପସପ କରୁଥିବା ଆଦି ସଂପର୍କରେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ସମସ୍ତ ୭ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ସହ ସେମାନଙ୍କ ଦରମା ବନ୍ଦ କରିବାକୁ ସେଠାରେ ଉପସ୍ଥିତ ବ୍ଲକ ଶିକ୍ଷାଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ବେଳେ ପିପିଲି ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ବିଳମ୍ବରେ ଆସୁଥିବା ଓ କୌଣସି ବାହାନା କରି ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବାହାରେ ବୁଲୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଛନକା ପଶିଥିବା ସୂଚନା ମିଳିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories