www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଦ୍ୟାଳୟରେ ‘ଦିବ୍ୟ ଶିଶୁ ବ୍ୟକ୍ତିତ୍ବ ବିକାଶ’ ଶିବିର

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ସ୍ଥିତ ପ୍ରଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଦ୍ୟାଳୟରେ ‘ଦିବ୍ୟ ଶିଶୁ ବ୍ୟକ୍ତିତ୍ବ ବିକାଶ’ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ଯୋଗୁଁ ଦୁଇ ବର୍ଷ ଧରି ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଆଜି ସାରା ଦେଶର ପ୍ରତି ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଦ୍ୟାଳୟ ମାନଙ୍କରେ ଏହି ଶିବିର ଅନୁଷ୍ଠିତ ହୋଇଛି। ଅତାବିରାରେ ୁଆୟୋଜିତ ଏହି ଶିବିରର ଉଦଘାଟନୀ ଉତ୍ସବରେ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଶିବିର ଯୋଗଦେଇଥିଲେ। ବ୍ରହ୍ମାକୁମାରୀ ବନିତା ଭଉଣୀ ଶିବିରର ଶୁଭାରମ୍ଭ ଘୋଷଣା କରିଥିଲେ। ଏହି ଶିବିରରେ ଶିଶୁ ପ୍ରତିଭା ବିକାଶ ନିମନ୍ତେ ନାଚ, ଗୀତ, ବକ୍ତୃତା, ଚିତ୍ରାଙ୍କନ ଓ ଏକକ ଅଭିନୟ ଆଦି ପ୍ରତିଯୋଗିତା କରାଯାଇଥିଲା । ଅତାବିରା ଏନଏସି ତଥା ବ୍ଲକର ବିଭିନ୍ନ ପ୍ରାନ୍ତରୁ ୧୦ ରୁ ୧୫ ବର୍ଷର ୭୦ ଜଣ ବାଳକ-ବାଳିକା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମଧ୍ୟାହ୍ନ ରେ ପ୍ରସାଦ ସେବନର ବିରତି ପରେ ଅପରାହ୍ନ ପ୍ରାୟ ୩ ଟା ସମୟରେ ଏହି ଶିବିର ର ଉଦଯାପନୀ ଉତ୍ସବ ଆରମ୍ଭ ହୋଇଥିଲା ।

 

- Advertisement -

ବ୍ରହ୍ମାକୁମାରୀ ବନିତା ଭଉଣୀଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥୁଆପାଲି ବ୍ରହ୍ନ୍ମାକୁମାରି ସାଧନା କେନ୍ଦ୍ରର ସଂଚାଲିକା ବ୍ରହ୍ମା କୁମାରୀ କୁନ୍ତୀ ଭଉଣୀ ମଞ୍ଚାସୀନ ଥିଲେ। ଏହି ଅବସରରେ ସମାଜସେବୀ ଶ୍ରୀମତୀ ଅନୁସୂୟା ଦେବତା ଙ୍କୁ ଅନ୍ୟତମ ଅତିଥି ରୂପେ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ବ୍ରହ୍ମାକୁମାର ମନୋରଞ୍ଜନ ମିଶ୍ର ସଭା ପରିଚାଳନା କରିଥିଲେ। ସେହିପରି ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବାଳକ-ବାଳିକାଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ପରିଶେଷରେ ବ୍ରହ୍ମାକୁମାର ମନୋରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories