www.samajalive.in
Sunday, December 14, 2025
14.1 C
Bhubaneswar

ଦେଶର ପ୍ରଥମ ସର୍ବବୃହତ୍‌ ଭାସମାନ ସୌର ପ୍ରକଳ୍ପ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ସର୍ବବୃହତ ଭାସମାନ ସୌର ଶକ୍ତି ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହୋଇଛି। କେରଳରେ ଟାଟା ପାୱାର ସୋଲାର ସିଷ୍ଟମ୍ସ ପକ୍ଷରୁ ଏହି ୧୦୧.୬ ମେଗାୱାଟ ପିକ୍‍ ପ୍ରକଳ୍ପ ସ୍ଥାପିତ ହୋଇଛି। ଏହାକୁ କାୟାମକୁଲମ୍‍ରେ ୩୫୦ ଏକର ପରିମିତ ଜଳଭାଗରେ ସ୍ଥାପନ କରାଯାଇଛି। ବିଭିନ୍ନ ସ୍ଥାନରେ ଜଳର ଗଭୀରତା ଭିନ୍ନ ଭିନ୍ନ ଥିବା, ଉଚ୍ଚ ସାମୁଦ୍ରିକ ଜୁଆର ଏବଂ ଜଳରେ ମାତ୍ରାଧିକ ଲବଣତା ଭଳି ଅନେକ ପ୍ରତିକୂଳ ପରିସ୍ଥିତି ସତ୍ୱେ ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଶକ୍ତି କ୍ରୟ ରାଜିନାମା ଅଧୀନରେ ଏହା ପ୍ରଥମ ଭାସମାନ ସୌର ଫଟୋଭୋଲଟାଇକ (ଏଫଏସପିଭି) ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଭାରତର ଦୀର୍ଘସ୍ଥାୟୀ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ସମ୍ପୂର୍ଣ୍ଣ ନୂତନ ଏବଂ ପ୍ରଗତିଶୀଳ ପ୍ରୟାସ ହୋଇଥିବା ଟାଟା ପାୱାର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରବୀର ସିହ୍ନା କହିଛନ୍ତି। ଏଥିରୁ ଉତ୍ପାଦିତ ଶକ୍ତି ଯୋଗାଣ ନିମନ୍ତେ ରାଷ୍ଟ୍ରାୟତ ସଂସ୍ଥା କେରଳ ରାଜ୍ୟ ବିଦ୍ୟୁତ ବୋର୍ଡ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories