www.samajalive.in
Saturday, December 13, 2025
26.1 C
Bhubaneswar

ରବିବାରଠାରୁ ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ବିଦେଶ ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି(ରବିବାର) ଠାରୁ ଜର୍ମାନୀ ଓ ସଂଯୁକ୍ତ ଆରବ ଏମିରେଟ୍‍କୁ ତିନିଦିନିଆ ଗସ୍ତରେ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଜି-୭ ଶିଖର ବୈଠକରେ ଯୋଗଦେବେ । ଆସନ୍ତାକାଲି ଓ ୨୭ ତାରିଖରେ ଜି-୭ ଶିଖର ବୈଠକ ଅନୁଷ୍ଠିତ ହେବ । ଜି-୭ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍‍ ଓ ଆମେରିକା ଅଛନ୍ତି । ଜର୍ମାନୀ ବର୍ତ୍ତମାନ ଏହାର ଅଧ୍ୟକ୍ଷ ରହିଛି । ଭାରତ ଓ ଜର୍ମାନୀ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କ ଭିତ୍ତିରେ ଭାରତକୁ ଜି-୭ ଶିଖର ବୈଠକକୁ ଆମନ୍ତ୍ରଣ କରାଯାଇଛି ।
ବିଦେଶ ଗସ୍ତ ଯିବା ପୂର୍ବରୁ ଏକ ବିବୃତ୍ତିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜର୍ମାନୀ ଚାନ୍‍ଲେସଲର ଓଲାଫ୍‍ ସୋଲଜ୍‍ଙ୍କ ସହ ପୁନର୍ବାର ସାକ୍ଷାତ ଆଲୋଚନା ହେବାକୁ ଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି । ଗତ ମାସରେ ଭାରତ-ଜର୍ମାନୀ ଆନ୍ତଃ ସରକାରୀ କଥାବାର୍ତ୍ତା ହୋଇଥିଲା । ଶ୍ରୀ ମୋଦୀ କହିଛନ୍ତି, ଜର୍ମାନୀ ଚାନ୍‍ସେଲରଙ୍କ ଆମନ୍ତ୍ରଣ କ୍ରମେ ସେ ଜି-୭ ଶିଖର ବୈଠକରେ ଯୋଗଦେବାକୁ ଯାଉଛନ୍ତି । ବିଶ୍ୱର କଲ୍ୟାଣ ପାଇଁ ଆନ୍ତର୍ଜାତିକ ସହଯୋଗକୁ ମଜବୁତ କରିବା ଲକ୍ଷ୍ୟରେ ଜର୍ମାନୀ’
ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗଲ୍‍ ଓ ଦକ୍ଷିଣ ଆଫ୍ରିକା ଭଳି ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଜି-୭ ଶିଖର ବୈଠକକୁ ଆମନ୍ତ୍ରଣ କରିଛି । ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ଜି-୭ ସଦସ୍ୟ ଦେଶଗୁଡ଼ିକର ନେତୃବୃନ୍ଦ ଓ ଶିଖର ବୈଠକକୁ ଆମନ୍ତ୍ରିତ ଦେଶଗୁଡ଼ିକର ନେତାମାନଙ୍କ ସହ ଦ୍ୱିପକ୍ଷୀୟ ଆଲାଚନା କରିବେ ।
ନୂଆଦିଲ୍ଲୀରେ ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି ପ୍ରଧାନମନ୍ତ୍ରୀ ସୋମବାର ଦିନ ଜି-୭ ଶିଖର ବୈଠକର ଦୁଇଟି ଅଧିବେଶନରେ ଅଂଶଗ୍ରହଣ କରିବେ । ପ୍ରଥମ ଅଧିବେଶନ ଜଳବାୟୁ, ଶକ୍ତି ଓ ସ୍ୱାସ୍ଥ୍ୟ ଉପରେ ହେବାକୁ ଥିବାବେଳେ ଦ୍ୱିତୀୟ ଅଧିବେଶନ ଖାଦ୍ୟ ସୁରକ୍ଷା ଓ ପୁରୁଷ ମହିଳା ସମାନତା ବିଷୟ ଉପରେ ହେବ । ଶ୍ରୀ ମୋଦି ଜର୍ମାନୀରେ ଥିବା ପ୍ରବାସୀ ଭାରତୀୟମାନଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟସୂଚୀ ରହିଛି ।
ଜି-୭ ଶିଖର ବୈଠକରେ ଯୋଗ ଦେଇସାରି ପ୍ରଧାନମନ୍ତ୍ରୀ ୨୮ ତାରିଖ ଦିନ ସଂଯୁକ୍ତ ଆରବ ଏମିରେଟ୍‍ ଗସ୍ତ କରିବେ । ସେଠାରେ ସେ ସଂଯୁକ୍ତ ଆରବ ଏମିରେଟ୍‍ର ପୂର୍ବତନ ରାଷ୍ଟ୍ରପତି ଶେଖ୍‍ ଖଲିଫା ଜୟେଦ୍‍ ଅଲ୍‍ ନାହିୟେଙ୍କ ବିୟୋଗରେ ସମବେଦନା ଜ୍ଞାପନ କରିବେ । ଏହାବ୍ୟତୀତ ସଂଯୁକ୍ତ ଆରବ ଏମିରେଟ୍‍ର ନୂଆ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‍ ଜୟେଦ୍‍ ଅଲ୍‍ ନାହିୟେଙ୍କୁ ସେ ଅଭିନନ୍ଦନ ଜଣାଇବେ । ସେହିଦିନ ରାତିରେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories