www.samajalive.in
Sunday, December 14, 2025
26.1 C
Bhubaneswar

ଦ୍ୱିତୀୟ ଦିନରେ ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକସଂଘର ଧାରଣା

ମୁଖୀଗୁଡା : ଇପିଏଫ କାର୍ଯ୍ୟାଳୟ ବ୍ରହ୍ମପୁରଙ୍କ ଅଵହେଲା ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଇପିଏଫ ସମସ୍ୟା ସମାଧାନ ପ୍ରତିବାଦରେ ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜୟପାଟଣା ଵିଇଓ ଙ୍କ କାର୍ଯ୍ୟାଳୟ  ସମ୍ମୁଖରେ ଶିକ୍ଷକ- ଶିକ୍ଷୟିତ୍ରୀଙ୍କ ଧାରଣା  ଦ୍ୱିତୀୟ ଦିନରେ ପହଞ୍ଚିଛି ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ୨୦୦୫ ବ୍ୟାଚର ୨୬ଜଣ,୨୦୦୬ବ୍ୟାଚର ୮୯ଜଣ ଓ ୨୦୧୧ ବ୍ୟାଚର ୪୯ଜଣ, ୮୯ଜଣ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ଇପିଏଫ ଟଙ୍କା ଓଆରବିଏମ୧୦୨୮୦(କେ)ଖାତାରେ ଏସବିଆଇ ଜୟପାଟଣା ଚାଲାଣ ମାଧ୍ୟମରେ ୧୨୬୯୪୯୨ଟଙ୍କା ଇପିଏଫ ଖାତାରେ ଜମା ହୋଇନାହିଁ ଏବଂ ୪୬୦୭୧୫ ଟଙ୍କାର କିଛି ହିସାବ  ଜଣା ପଡୁନାହିଁ ଯାହା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କ ଚିଠି ଏବଂ ଗୋଷ୍ଠୀ ଶିଖା ଅଧିକାରୀ ଙ୍କ ଚିଠିରେ ସ୍ପଷ୍ଟ କରାଯାଇଛି ।୧୭୩୦୨୦୭ଟଙ୍କା ଶିକ୍ଷକମାନେ ପାଇବାରେ  ହୋଇଥିଲେ ହେଁ ସେମାନେ ପାଇ ନାହାଁନ୍ତି । ଏହାରି ପ୍ରତିବାଦରେ ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଇପିଏଫ ମହାପ୍ରବନ୍ଧକ ବ୍ରହ୍ମପୁର, ଡିପିସି କଳାହାଣ୍ଡି,ଏସପିଡି ଭୁବନେଶ୍ୱରଙ୍କୁ ଜଣାଇଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ଜୟପାଟଣା ବ୍ଲକର ଶିକ୍ଷକ- ଶିକ୍ଷୟତ୍ରୀ ମାନେ ଜୟପାଟଣା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ଶୁକ୍ରବାର ଠାରୁ ଧାରଣା ରେ ବସିଛନ୍ତି । ଦାବି  ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଜଣାଇଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories