www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ଭାବ୍ୟ ଦୁର୍ବିପାକ ମୁକାବିଲା ପାଇଁ ରାଉରକେଲାରେ ଏନଡିଆରଏଫ ଟିମର ମକଡ୍ରିଲ

ରାଉରକେଲା : ସମ୍ଭାବ୍ୟ ଦୁର୍ବିପାକକୁ ମୁକାବିଲା କରିବା ପାଇଁ ଏନଡିଆରଏଫ ଟିମ ତରଫରୁ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଏକ ମକଡ୍ରିଲର ଆୟୋଜନ କରାଯାଇଥିଲା। ରାଉରକେଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମର ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଥିଲା।
ବନ୍ୟା ପରିସ୍ଥିତିରେ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ନିମନ୍ତେ ଏନଡିଆରଏଫର ସଦସ୍ୟମାନେ ଏହି ମକଡ୍ରିଲ କରି ଲୋକମାନଙ୍କୁ ସଚେତନ କରିଥିଲେ। ବନ୍ୟା ବେଳେ ବଢି ପାଣିରେ ବୁଡି ଯାଉଥିବା ଲୋକମାନଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାହା ଏଥିରେ ପ୍ରଦର୍ଶନ କରାଯାଇଥିଲା।

ଏହି ମକଡ୍ରିଲ କାର୍ୟ୍ୟକ୍ରମରେ ଏନଡିଆରଏଫର ୨୩ ଜଣ ଯବାନ ଯୋଗ ଦେଇଥିଲେ। ଏହା ସହ ଓଡ୍ରାଫ, ସିଭିଲ ଡିଫେନ୍ସ, ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଉପସ୍ଥିତ ରହି ମକଡ୍ରିଲରେ ସହଯୋଗ କରିଥିଲେ।
ଏହି ମକଡ୍ରିଲ କାର୍ୟ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ପୁଲିସ ଡିଏସପି ଏସ ଏନ ସାମତ, ଏନଡିଆରଏଫର ଇନ୍ସପେକ୍ଟର ଉଦିତ କୁମାର ଦୀକ୍ଷିତ, ପାନପୋଷ ଉପ ଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ପିଏ ଆଇଟିଡିଏ ସରୋଜିନୀ ପ୍ରସନ୍ନ କୁଲୁ, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ଡକ୍ଟର ଗୌରବମୟ ପ୍ରଧାନ, ସୀତାଦେବୀ ମାଝି, ଆସିଷ୍ଟାଣ୍ଟ କମିଶନର ସୁକାନ୍ତ କୁମାର ବେଉରା, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ପ୍ରମୂଖ ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories