www.samajalive.in
Saturday, December 13, 2025
26.1 C
Bhubaneswar

ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଯୁଗ୍ମ ସଚିବ; ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ସଚିବ ଏଲୋରା ସାମଲ

ବୌଦ୍ଧ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଯୁଗ୍ମ ସଚିବ ଏଲୋରା ସାମଲ ଦୁଇ ଦିନିଆ ବୌଦ୍ଧଜିଲା ଗସ୍ତରେ ଆସିଛନ୍ତି । ବୌଦ୍ଧ, ହରଭଙ୍ଗା ତହସିଲ, ରେଲୱେ, ଜିଲା ନିବନ୍ଧକ କାର୍ଯ୍ୟାଳୟ ଓ ହରଭଙ୍ଗା ତହସିଲ ଅନ୍ତର୍ଗତ ରେଲୱେ ଜମି ଅଧିଗ୍ରହଣ ହୋଇଥିବା ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ସଚିବ ଏଲୋରା ସାମଲ । ତାଙ୍କ ସହିତ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଭୂ ଅର୍ଜନ ଅଧିକାରୀ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପକଳ୍ପ ଅଜୟ କୁମାର ମହାନ୍ତି ଓ ଜିଲା ପ୍ରଶାସନର ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଜିଲାର ବିଭିନ୍ନ ଅଞ୍ଚଳ ଓ କାର୍ଯ୍ୟାଳୟ ପରିଦର୍ଶନ ପରେ ଶ୍ରୀମତୀ ସାମଲ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ତାଙ୍କର ଗସ୍ତକୁ ନେଇ ଆଲୋଚନା କରିଥିଲେ । ପରେ ଜିଲା ଐତିହାସିକ ସଂଗ୍ରହାଳୟ ବୁଲି ଦେଖିବା ସହ ଜିଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ସଂଗ୍ରହାଳୟର ଉନ୍ନତି ପାଇଁ ପ୍ରୟାସ ଜାରି ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ଗୁରୁବାର ଦିନ ଯୁଗ୍ମ ସଚିବ ଶ୍ରୀମତୀ ସାମଲ ପାଲଝାର ବାଲିଘାଟ, ଦାମୋଦରପୁର ପଥର ଖାଦାନ, କଣ୍ଟାମାଳ ତହସିଲ, ସବରେଜିଷ୍ଟ୍ରାର ଅଫିସ, କିର୍ଲା ବାଲିଘାଟ ଏବଂ ବୌଦ୍ଧ ତହସିଲ ଓ ଜିଲା ରେଜିଷ୍ଟ୍ରାର ଅଫିସ ପରିଦର୍ଶନ କରି ସମୀକ୍ଷା କରିବା ସହିତ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ ।

- Advertisement -

ଏହି ଗସ୍ତ ସମୟରେ ତାଙ୍କ ସହିତ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଉପଜିଲାପାଳ ସନତ କୁମାର ନାଏକ, ବୌଦ୍ଧତହସିଲଦାର ଦେବୀପ୍ରସାଦ ଦାଶ, କଣ୍ଟାମାଳ ତହସିଲଦାର ଧନଞ୍ଜୟ ସାହୁ, ସୁପରଭାଇଜର ସର୍ବେଶ୍ୱର ମୁଦୁଲି, ସୌଭାଗ୍ୟ ରଞ୍ଜନ ସାହୁ, ଶରତ କୁମାର ମେହେର, ସଂଜିବ କୁମାର ଗୁରାଣ୍ଡି, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ସହକାରୀ ଜିଲାପାଳ ତଥା ଭୂ ଅର୍ଜନ ଅଧିକାରୀ ସତ୍ୟଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories