www.samajalive.in
Saturday, December 13, 2025
26.1 C
Bhubaneswar

ଭୀମକୁଣ୍ଡର ଉନ୍ନତି କରଣ ପାଇଁ ବିଧାୟକଙ୍କ ସହ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ଗସ୍ତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଂଚାୟତ ଘାଟବାଲିଜୋଡି ସ୍ଥିତ ଭୀମକୁଣ୍ଡର ସାମୁହିକ ବିକାଶ କାର୍ଯ୍ୟକୁ ତ୍ବରାନ୍ନିତ କରିବା ପାଇଁ ଗୁରୁବାର ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ସହ ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ତାପସ ରଞ୍ଜନ ଦେହୁରୀ, ଘଟଗାଁ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ,ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଡୁମୁରିଆ ସରପଞ୍ଚ ଗୌରହରି ନାଏକ, ସମିତି ସଭ୍ୟା ଭୀମକୁଣ୍ଡ ଉନ୍ନୟନ ସମିତିର ରବି ମୁଦି, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ପଣ୍ଡା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ ପ୍ରମୁଖ ଆଜି ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ପୂର୍ତ୍ତ ବିଭାଗ ଦ୍ଵାରା ଭୀମକୁଣ୍ଡର ଉନ୍ନୟନ ପାଇଁ ସ୍ଥାପତ୍ୟ ସଂସ୍ଥା ଦ୍ଵାରା ଯୋଜନା ପ୍ରସ୍ତୁତ କରିବା ସହ ବଡ କୁଣ୍ଡକୁ ରାସ୍ତା, ମନ୍ଦିର ନିକଟରେ ଉଚ୍ଚ କଂକ୍ରିଟ କାନ୍ଥ, ବଡ଼ମଞ୍ଚ ନିର୍ମାଣ, ଯାନବାହାନ ରହଣି ସ୍ଥଳରେ ଶୌଚାଳୟ, ବିଜୁଳି ଓ ପାଣି ସୁବିଧା ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ଉପରେ କ୍ଷେତ୍ର ପରିଦର୍ଶନ ସହ ଆଲୋଚନା ହୋଇଥିଲା । ଏଥିପାଇଁ ମୋଟ ୩କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଉଥିବା ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories