www.samajalive.in
Saturday, December 13, 2025
26.1 C
Bhubaneswar

ସାଳଦେଇ ବାଲିଘାଟରେ ବୁଡି ଯୁବକ ନିଖୋଜ

କେଶ ଦୁରାପାଳ : ସାଳଦେଇ ନଦୀ ନିକଟ ବାଲି ଘାଟ ଠାରେ ଜଣେ ଯୁବକ ବୁଡି ଯାଇ ନିଖୋଜ ହୋଇ ଥିବା ବେଳେ ତାଙ୍କର  ସନ୍ଧାନ ଏଯାଏ ମିଳି ପାରିନଥିବା ଜଣାପଡିଛି । ପୂର୍ବରୁ ୩ ମାସ ତଳେ ଅତା ପୁଟିଆ ଗ୍ରାମର ଜଣେ ବ୍ୟକ୍ତି ଶୌଚ ହେବାପାଇଁ ଯାଇଥିବାବେଳେ ବାଲି ଖୋଳାଯାଇଥିବା ଗାତରେ ପଡି ପ୍ରାଣ ହରାଇ ଥିଲେ । ଏବେ ପୁଣି ଏହି ସାଳଦେଇ ନଦୀ ବାଲି ଘାଟ ରେ ବୁଡି ଯାଇ ଜଣେ ଯୁବକ ନିଖୋଜ ହୋଇ ଥିବା ବେଳେ ତାଙ୍କର ସନ୍ଧାନ ଏଯାଏ ମିଳି ପାରିନାହିଁ।

ଏହି ବାଲିଘାଟରେ ମେସିନ ଲଗାଇବା ପାଇଁ ନିୟମ ନଥିବା ବେଳେ ଲିଜ ନେଇ ଥିବାଶାଳଦେଇ ବାଲି ଘାଟ ମାଲିକ ନିୟମକୁ ଦଳିମକଚି ମେସିନ ଲଗାଇ ବାଲି ଉଠାଇବାରୁ ସେହି ସ୍ଥାନ ଗୁଡିକରେ ବିରାଟ ବିରାଟ ଗର୍ତ୍ତ କରିଦେଇଥିବାରୁ ଆଜି ଜଣେ ଯୁବକ ସେଠାରେ ବୁଡି ଯାଇ ନିଖୋଜ ଥିବା ସୂଚନା ଅଛି । ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି, ବହୁତ୍ ଖୋଜାଖୋଜି ପରେ ଅଗ୍ନିଶମ ବିଭାଗ ଓ ଡଙ୍ଗା ବାଲା, ସବୁ ଫେରି ଆସିଲେ। ଏବେ ଅପେକ୍ଷା କେତେବେଳେ ମୃତ ଦେହଟି ଭାସିବ। ତେବେ ଏହି  ଘଟଣାକୁ ନେଇ ବାଲି ମାଫିଆଙ୍କ ଉପରେ ଗ୍ରାମବସୀମାନେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ବାଲିଘାଟରେ ଏପରି ମେସିନ ଦ୍ବାରା ତିରିଶି ଚାଳିଶ ଫୁଟର ଗାତ କରିଦେଇଥିବା ଦେଖାଦେଇଛି, ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିତ୍ୟାନ୍ତ ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରଶାସନ ଓ ବାଲି ମାଫିଆ ଙ୍କ ମେଳ ସାଧାରଣ ଜନତା ଙ୍କ ପାଇଁ କାଳ ସାଜିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories