ଟିଟିଲାଗଡ଼ : କଣ୍ଟାବାଞ୍ଜି ଏନଏସି ଦ୍ୱାରା ନିର୍ମାଣାଧିନ ଦୋକାନ ଗୃହରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ ବିଜେଡି ନେତାଙ୍କ ପକ୍ଷରୁ ଟିଟିଲାଗଡ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଦଳର ବରିଷ୍ଠ ନେତା ଅଜୟ ଦାଶ, ପ୍ରମୋଦ କର, ଦଳର ନଗର ସଭାପତି ଦେବାର ବାରିକ, ଯୁବ ସଭାପତି ବିଶାଲ ବେହେରା, ଯୁବ ସମ୍ପାଦକ ଶାନ୍ତନୁ ବିଭାର, ଜିଲା ସମ୍ପାଦକ ଶାନ୍ତନୁ ବିଭାର, ଜିଲା ମହିଳା ସାଧାରଣ ସମ୍ପାଦିକା ପିଙ୍କି ଖର୍ସେଲ, ନଗର ସଭାନେତ୍ରୀ ସସ୍ମିତା ଦଣ୍ଡସନା, କାଉନସିଲର ଯାଜ୍ଞସେନୀ ନାଗ, ମନୀଷ ଅଗ୍ରୱାଲ ପିଙ୍କି ମହାନନ୍ଦ ପ୍ରମୁଖ ବୁଧବାର ଟିଟିଲାଗଡ ଠାରେ ଉପଜିଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲାପାଳ ଡ. ଲଲିତ ବାଗଙ୍କୁ ଏନେଇ ଦାବି ପତ୍ର ପ୍ରଦାନ କରିଛନ୍ତି । ଦଳ ଅଭିଯୋଗ କରିଛି ଯେ କଣ୍ଟାବାଞ୍ଜି ଏନଏସିରେ ଉଠା ଦୋକାନୀଙ୍କୁ ଥଇଥାନ ପାଇଁ ଷ୍ଟଲ ନିର୍ମାଣ ବାବଦକୁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ପ୍ରଦାନ କରିଛନ୍ତି । ଗୋଟିଏ ଷ୍ଟଲ ପାଇଁ ୯୦ ହଜାର ଟଙ୍କା ଖର୍ଚ୍ଚ ଅଟକଳ ରହିଥିବା ବେଳେ ୨୦/୨୫ ହଜାର ଟଙ୍କା ମାତ୍ର ଖର୍ଚ୍ଚ ସହ ନିମ୍ନମାନର କାର୍ଯ୍ୟ ହେଉଛି। ଏହାର ଅତିଶୀଘ୍ର ତଦନ୍ତ ସହ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି । ଦାବି ପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ରାୟ, ହରିବନ୍ଧୁ ସିପକା, ବିଷ୍ଣୂ ବେହେରା, ଈଲୁ ନାଗ, ନିଶା ମହାନନ୍ଦ, ଅଷ୍ଟମୀ ବଗର୍ତ୍ତି, ସଞ୍ଜୟ ବେହେରା, ଡମ୍ବରୁ ମେହେର, ଅନିତା ଦଣ୍ଡସନା, ଜଗଦିଶ ସୁନା, ଲଲିତ ମହାନ୍ତି, ଅଶୋକ କୁମାର, ଶଶିଧ୍ୱଜ ହିଆଲ, ଲକ୍ଷ୍ମଣ ଗୌଡ, ଉଗ୍ରସେନ ପୁଟେଲ,ସିବାଶିଷ ନାଗ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



