www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟପାଳଙ୍କଠାରୁ ରଜ୍ୟପୁରସ୍କାର ମାନପତ୍ର ଗ୍ରହଣ କଲେ ଟୋପ ହାଇସ୍କୁଲ ଛାତ୍ରୀ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲାରୁ ୨୦୨୧ ମସିହା ପାଇଁ ୧୨୯ ଜଣ ଗାଇଡ ରାଜ୍ୟ ପୁରସ୍କାର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ କୃତକାର୍ଯ୍ୟ ହୋଇଥିବା ଗାଇଡମାନେ ରାଜ୍ୟ ପୁରସ୍କାର ମାନପତ୍ର ପାଇଥାନ୍ତି। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଗାଇଡର ମୁଖ୍ୟ କାର୍ୟ୍ୟାଳୟଠାରେ ଦୁଇ ଦିନ ଧରି ରାଜ୍ୟ ପୁରସ୍କାର ଉତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ରାଜ୍ୟର ସମସ୍ତ ଜିଲ୍ଲାରୁ ସ୍କାଉଟ୍ ଗାଇଡମାନେ ଏକତ୍ରିତ ହୁଅନ୍ତି। ଗୋଟିଏ ଦିନ ସ୍କାଉଟ୍ ଗାଇଡମାନଙ୍କୁ ତାଲିମ ଦିଆଯାଏ। ସେମାନେ କିପରି ରାଜ୍ୟପାଳଙ୍କ ହାତରୁ ମାନପତ୍ର ଗ୍ରହଣ କରିବେ ସେ ବିଷୟରେ ତାଲିମ ଦିଆଯାଏ। ଏହି ଉତ୍ସବରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ ତଥା ଜିଲ୍ଲା ସ୍କାଉଟ୍ ଗାଇଡ ସମ୍ପାଦକ ଆଶୁତୋଷ ଦେଙ୍କ ନିର୍ଦ୍ଦେଶକ୍ରମେ ଟୋପ ହାଇସ୍କୁଲରୁ ୮ ଜଣ ଗାଇଡ ଓ ତାଙ୍କର ଗାଇଡ କ୍ୟାପଟେନ ଅନୁସୂୟା ଦେବତା ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ମନିଷା ମେହେର ସିଧା ସଳଖ ରାଜ୍ୟପାଳଙ୍କ ହାତରୁ ମାନପତ୍ର ଗ୍ରହଣ କରିବା ପାଇଁ କରାଯାଇଥିବା ଚୟନ ପ୍ରକ୍ରିୟାରେ ମନୋନୀତ ହୋଇଥିଲେ । ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟ ପୁରସ୍କାର ଉତ୍ସବରେ ମହାମହିମ ରାଜ୍ୟପାଳ ଗଣେଶୀଲାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମାଜ ଖବର କାଗଜର ମୁଖ୍ୟ ପୁରୋଧା ନିରଞ୍ଜନ ରଥ, ମନ୍ତ୍ରୀ ତଥା ସ୍କାଉଟ୍ ଗାଇଡର ରାଜ୍ୟ ସଭାପତି ଅତନୁ ସବ୍ୟସାଚୀ, ଶାଶ୍ଵତ ମିଶ୍ର, ଅନନ୍ତ ନାରାୟଣ ଜେନା, ସ୍କାଉଟ୍ ଗାଇଡ ରାଜ୍ୟ ମୁଖ୍ୟ କମିଶନର କାଳୀପ୍ରସାଦ ମିଶ୍ର ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ମନୋନିତ ହେଇଥିବା ସମସ୍ତ ଗାଇଡମାନେ ରାଜ୍ୟପାଳଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥାଆନ୍ତି । ଏହି ପରିପ୍ରେକ୍ଷୀରେ ଟୋପର ମନିଷା ମେହେର ରାଜ୍ୟପାଳଙ୍କଠାରୁ ମାନପତ୍ର ଗ୍ରହଣ କରିଥଲେ। ଏଥିପାଇଁ ତାଙ୍କୁ ବିଦ୍ୟାଳୟ ତଥା ଗାଁରେ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories