www.samajalive.in
Wednesday, December 10, 2025
14.1 C
Bhubaneswar

କୋଟଗଡରେ ପାଗଳ କୁକୁର ଆତଙ୍କ; କୁକୁର କାମୁଡ଼ାରେ ୪ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି । ଗତକାଲି ସକାଳୁ ସକାଳୁ ପାଗଳ କୁକୁର କାମୁଡ଼ାରେ ୫ ଜଣ ଆହତ ହୋଇଛନ୍ତି । କଲନୀସାହି ଗାଁର ମିରୋଜ କୁମାର ସିଂ (୩୨ବର୍ଷ) ସକାଳୁ ପରିସ୍ରା କରିବାକୁ ଯାଉଥିବା ବେଳେ ସମୟରେ ହଠାତ୍‌ ପାଗଳ କୁକୁର ଆସି ମିରୋଜ କୁମାର ସିଂଙ୍କୁ କାମୁଡ଼ି ଦେଇଥିଲା । ପରେ ତାଙ୍କୁ କୋଟଗଡ ଚିକିତ୍ସାଳୟକୁ ପରିବାର ଲକେ ନେଇଥିଲେ । ଗୁରୁତର ଆହତ ହୋଇଥିବାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କୁକୁର କାମୁଡ଼ିଥିବା ଅନ୍ୟ ୪ଜଣ ହେଲେ ଟାଙ୍କି ସାହିର ଅର୍ଜୁନ ସାହୁଙ୍କ ପୁଅ ରାଜେଶ କୁମାର ସାହୁ, ହାଟପଦା ଗ୍ରାମର ତୁଣ୍ଡୁଡା ନାୟକ, ଝରିଆପଦାର ସନ୍ତୋଷ ମହାନ୍ତି ଓ ମଦାଙ୍ଗି ଗ୍ରାମର ଜଣେ ବ୍ୟକ୍ତି । କୋଟଗଡ ବଜାର, ବ୍ଲକ ହାଟ କାମକୁ ଯିବାକୁ ଲୋକେ ଭୟଭୀତ ହେଉଛନ୍ତି । ତାଟି କବାଟ ବନ୍ଦ କରି ରହୁଛନ୍ତି । ଘରୁ କେହି ବାହାରକୁ ବାହାରିବାକୁ ଭୟ ବିତ ହେଇଛନ୍ତି । ପାଗଳ କୁକୁର ଆତଙ୍କରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଯାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories