www.samajalive.in
Saturday, December 6, 2025
16.1 C
Bhubaneswar

ଛାତ୍ର ଅଶାନ୍ତି ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାଇନ-ଏ- ଡାଏ ଘୋଷଣା

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଛାତ୍ରାବାସ ଖାଲି କରିବାକୁ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି। ଛାତ୍ର ନିର୍ବାଚନକୁ କେନ୍ଦ୍ରକରି ଦେଖା ଦେଇଥିବା ଉତ୍ତେଜନା ଓ ହିଂସା ଯୋଗୁଁ   ଶନିବାର ସକାଳେ କର୍ତ୍ତୃପକ୍ଷ ବିଶ୍ବବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାଇନ-ଏ-ଡାଏ ଘୋଷଣା କରିଥିଲେ।

ନାମାଙ୍କନ ପତ୍ର ଦାଖଲ ଓ ନାମ ପ୍ରତ୍ୟାହାର ପରେ ଶୁକ୍ରବାର ଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ଏହାପରେ ଛାତ୍ରସଂସଦ ସମ୍ପାଦକ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣେ ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ଆସିଥିଲା। ପୁନଃ ଯାଞ୍ଚ ପରେ ପରେ ତାଙ୍କୁ ନିର୍ବାଚନ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାକୁ ନେଇ ତାଙ୍କ ସମର୍ଥକମାନେ ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଥିଲେ। ଏହାପରେ କ୍ୟାମ୍ପସ ଆହୁରି ଅଶାନ୍ତ ହୋଇ ପଡ଼ିଥିଲା। ବିଶ୍ବବିଦ୍ୟାଳୟ କୁଳପତି ଶନିବାର ସକାଳେ ସିଣ୍ଡିକେଟ୍‌ର ଏକ ଜରୁରୀ ବୈଠକ ଡାକିଥିଲେ। ବୈଠକର ନିଷ୍ପତ୍ତି କ୍ରମେ କୁଳସଚିବ ବିଶ୍ବବିଦ୍ୟାଳୟକୁ ସାଇନ-ଏ-ଡାଏ ଘୋଷଣା କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories