www.samajalive.in
Friday, December 12, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀ ରାସ୍ତା କାର୍ଯ୍ୟ ଅଧାପନ୍ତରିଆ,ଗାଁ ଲୋକେ ହନ୍ତସନ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅର୍ନ୍ତଗତ ବଡଗୁଣ୍ଡୁରିସାହିକୁ ନିର୍ମାଣଧିନଥିବା ପ୍ରଧାନମନ୍ତ୍ରୀ ରାସ୍ତା କାର୍ଯ୍ୟ ଅଧପନ୍ତରିଆ ଯୋଗୁଁ ବର୍ଷାଦିନେ ଲୋକେ ଯାତାୟତ ପାଇଁ ହନ୍ତସନ୍ତ ଭୋଗୁଛନ୍ତି। ପ୍ରକାଶ ଯେ ବହୁଦିନର ଦାବୀପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୮ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଝାରଖମଣ ଛକଠାରୁ ଧୁଙ୍ଗିଆମୁଣ୍ଡା, କଣ୍ଠିପଦର, ବଡଗୁଣ୍ଡୁରିସାହିକୁ ଏକ ସ୍ଥାୟୀ ରାସ୍ତା ନିର୍ମାଣକାର୍ଯ୍ୟ ହାତକୁ ନିଆଯାଇଥିଲା। ମାତ୍ର ପ୍ରଥମଦଫାରେ ଖାଲି ମେଟାଲିଂ କାର୍ଯ୍ୟ କରାଯାଇଥିଲା। ପରବର୍ତ୍ତି ସମୟରେ ବହୁ ବିଳମ୍ବରେ ପିଚୁ କାର୍ଯ୍ୟ କରାଯାଇଥିଲା। ଫଳରେ ଲୋକେ ଅଧପନ୍ତରିଆ ରାସ୍ତାରେ ଯାତାୟତ କରିବାକୁ ବାଧ୍ୟ ହୋଇଥିଲେ। ଦୀର୍ଘ ୪ବର୍ଷପରେ ବି ରାସ୍ତାକାର୍ଯ୍ୟ ଅସମ୍ପୂର୍ଣ୍ଣ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ବଡଗୁଣ୍ଡୁରି ସାହି ଠାରୁ ଧୁଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ଦୀର୍ଘ ୧କିଲୋମିଟର ରାସ୍ତା ନିର୍ମାଣ ବାକିରହିଛି। ଅନ୍ୟପଟେ ମଲ୍ଲିକସାହି ନିକଟରେ ଦୀର୍ଘ ୬ଶହ ମିଟର କଂକ୍ରିଟ ରାସ୍ତା ନିର୍ମାଣ ବାକିଥିବା ଜଣାପଡିଛି। ଫଳରେ ବଡଗୁଣ୍ଡୁରିସାହିର ମଲ୍ଲିକସାହି ଏବଂ ହରିଜନ ସାହି ଭଳି ଦୁଇଟି ସାହିର ଶହ ଶହ ଜନସାଧାରଣ ବର୍ଷାଦିନେ ଯିବାଆସିବାରେ ହଇରାଣ ଭୋଗୁଥିବା ଜଣାପଡିଛି। ତୁରନ୍ତ ଏହାର ନିର୍ମାଣକାର୍ଯ୍ୟ ତ୍ବରାନ୍ବୀତ କରିବାକୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସମାଜସେବୀ ବସନ୍ତ ବେହେରା ଏବଂ ଓାର୍ଡସଭ୍ୟ ତରଣୀସେନ ନାଏକ ଦାବୀ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories