www.samajalive.in
Monday, December 8, 2025
24.1 C
Bhubaneswar

ହରଭଙ୍ଗାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ କାର୍ଯ୍ୟକ୍ରମ

ହରଭଙ୍ଗା: ହରଭଙ୍ଗା ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ଅନ୍ୟତମ ଅତିଥିଭାବେ ହରଭଙ୍ଗା ବିଡିଓ ଶ୍ମିତା ରଥ, ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା,ଏବିଡିଓ ସୁବାଷ ଯାନୀ ଏବଂ ସିଡିପିଓ ନିରୁପମା ପାଣି ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବନ୍ୟା ପୂର୍ବରୁ, ବନ୍ୟା ସମୟରେ ଏବଂ ବନ୍ୟାପରେ କିପରି ପ୍ରସ୍ତୁତ ରହିବେ ସେ ଦିଗରେ ଅତିଥିଗଣ ସୂଚନା ପ୍ରଦାନ କରିଥିଲେ।ହରଭଙ୍ଗା ଦମକଳବାହିନୀ ଦ୍ୱାରା ଆଧୁନିକ ଜ୍ଞାନ କୌଶଳ ଦ୍ୱାରା କିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନଜୀବନ ରକ୍ଷା କରିହେବ ସେ ଦିଗରେ କୌଶଳ ପ୍ରଦର୍ଶନ କରିଥିଲେ। ଏଥିସହିତ ନିଜ ପାଖରେ ଥିବା ସାମଗ୍ରୀ ଦ୍ୱାରା ବିପର୍ଯ୍ୟୟରୁ ମୁକୁଳିବା କୌଶଳ ଉପରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories