www.samajalive.in
Wednesday, December 10, 2025
23.1 C
Bhubaneswar

ଭାରତ-ରୁଷ ଚୁକ୍ତି ଚୂଡ଼ାନ୍ତ; ୫୦୦ କୋଟି ଡଲାରରେ କ୍ରୟହେବ ୫ଟି ଏସ୍‍-୪୦୦ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ନିମିତ୍ତ ଏସ୍‍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କ୍ରୟ କରିବାକୁ ଭାରତ ଶୁକ୍ରବାର ରୁଷ ସହ ବହୁଚର୍ଚ୍ଚିତ ଚୁକ୍ତି ସ୍ୱାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସମ୍ପ୍ରତି ଭାରତ ଗସ୍ତରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲଡିମିର ପୁଟିନ୍‍ଙ୍କ ମଧ୍ୟରେ ନୂଆଦିଲ୍ଲୀସ୍ଥିତ ହାଇଦରାବାଦ ହାଉସ୍‍ଠାରେ ବାର୍ଷିକ ଦ୍ୱିପାକ୍ଷିକ ଆଲୋଚନା ଅବସରରେ ଉଭୟ ଦେଶ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି। ରୁଷ ସହିତ କୌଣସି ପ୍ରକାର ସମ୍ପର୍କ ସ୍ଥାପନକୁ ନେଇ ଆମେରିକାର ବାରମ୍ବାର ଚେତାବନୀକୁ ଉପେକ୍ଷା ପୂର୍ବକ ଭାରତ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ପାକିସ୍ତାନ ଓ ଚୀନ ସହିତ ଭାରତୀୟ ସୀମାର ସୁରକ୍ଷା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଗୁରୁତ୍ୱ ବହନ କରେ। ତେବେ ରୁଷ୍‍ର ସିବେରି ଅନ୍ତର୍ଗତ ନୋଭୋସିର୍କିସ୍କ ସହରଠାରେ ଏକ ଭାରତୀୟ ନିରୀକ୍ଷଣ କେନ୍ଦ୍ର ମଧ୍ୟ ସ୍ଥାପନ ନେଇ ମଧ୍ୟ ଦୁଇ ଦେଇ ମଧ୍ୟରେ ସହମତି ପ୍ରକାଶ ପାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।
ଏସ୍‍-୪୦୦ ରୁଷର ଅତ୍ୟନ୍ତ ଅତ୍ୟାଧୁନିକ ଦୂରଗାମୀ ଭୂପୃଷ୍ଠରୁ ବାୟୁମଣ୍ଡଳକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା। ଚୀନ୍‍ ପ୍ରଥମ ରାଷ୍ଟ୍ର ଭାବେ ଏହି ବ୍ୟବସ୍ଥା କ୍ରୟ କରିବା ଲାଗି ୨୦୧୪ରେ ରୁଷ୍‍ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲା। ଇତିମଧ୍ୟରେ ମସ୍କୋ ବେଜିଂକୁ ଏକାଧିକ ଏସ୍‍-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା ଯୋଗାଇ ଦେଇଛି। ଏସ୍‍-୪୦୦ ବାସ୍ତବରେ ଏସ୍‍-୩୦୦ର ଆଧୁନିକ ସଂସ୍କରଣ। ଅଲମାଜ-ଆଣ୍ଟି ଦ୍ୱାରା ଉତ୍ପାଦିତ ଏହି ବ୍ୟବସ୍ଥା ୨୦୦୭ରୁ ରୁଷ୍‍ରେ ବ୍ୟବହୃତ ହୋଇଆସୁଛି। ରୁଷ୍‍ ଭାରତର ଏକ ପ୍ରମୁଖ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଯୋଗାଣକାରୀ ରାଷ୍ଟ୍ର ହୋଇଥିବାରୁ ଉଭୟ ଦେଶ ମଧ୍ୟରେ ଏସ୍‍-୪୦୦କୁ ନେଇ ଚୁକ୍ତି ସ୍ୱାକ୍ଷର ହେବା ସ୍ୱାଭାବିକ। ଏଥିସହ ଭାରତ ଏହାର ନୌସେନା ପାଇଁ ରୁଷ୍‍ ସହିତ ୨.୫ ବିଲିୟନ ଡଲାର ମୂଲ୍ୟରେ ଆଉ ୪ଟି କ୍ରିବକ/ତଲୱାର ଶ୍ରେଣୀର ଷ୍ଟିଲ୍‍ଥ ଫ୍ରିଗେଟ୍‍ ଜାହାଜ କ୍ରୟ କରିବାକୁ ମଧ୍ୟ ଚୁକ୍ତି ସ୍ୱାକ୍ଷର କରିବାର ସମ୍ଭାବନା ରହିଥିବା ଜଣାପଡିଛି।
ତେବେ ଭାରତର ଏହି ଚୁକ୍ତି ଆମେରିକାର ଭୃକୁଞ୍ଚନ କରିଚି ନିଶ୍ଚିତ। କାରଣ ରୁଷଠାରୁ ଏସ୍‍-୪୦୦ କ୍ରୟ କରିବା ନେଇ ଚୀନ୍‍ ଉପରେ ଆମେରିକା ଗତ ମାସରେ କଟକଣା ଲାଗୁ କରିଥିଲା। ରୁଷ୍‍, ଇରାନ ଏବଂ ଉତ୍ତର କୋରିଆ ସହିତ ପ୍ରତିରକ୍ଷା କାରବାର କରୁଥିବା ରାଷ୍ଟ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଉଦ୍ଦିଷ୍ଟ ଆମେରିକାର ‘ସିଏଏଟିଏସ୍‍ଏ’ ଅଧୀନରେ ଚୀନ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତେବେ ନିକଟରେ ଏହି ଆଇନରେ ଏକ ସଂଶୋଧନ କ୍ରମେ ଆମେରିକା ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା କ୍ଷମତାର ଉପଯୋଗ ପୂର୍ବକ କଟକଣା କୋହଳ କରିବାକୁ ଭାରତ ଆମେରିକା ପ୍ରଶାସନକୁ ନିବେଦନ କରିଥିଲା। ଅନ୍ୟପଟେ ଏଭଳି କଟକଣା କୋହଳ ନେଇ ଆମେରିକୀୟ ସାଂସଦମାନେ ସମ୍ଭାବନା ବ୍ୟକ୍ତ କରିଥିଲେ ମଧ୍ୟ ପୁଟିନଙ୍କୁ ଭାରତ ଗସ୍ତକୁ ନେଇ ଆମେରିକା ପ୍ରଶାସନ ପକ୍ଷରୁ ନାନା ମନ୍ତବ୍ୟ ଦିଆଯାଇଥିଲା। ଏସବୁକୁ ଭୃକ୍ଷେପ ନ କରି ଭାରତ ଯେକୌଣସି ପରିସ୍ଥିତିରେ ରୁଷ ସହିତ ଏସ୍‍-୪୦୦ ରାଜିନାମା ସ୍ୱାକ୍ଷର କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କହିଥିଲେ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories