www.samajalive.in
Tuesday, December 9, 2025
23.1 C
Bhubaneswar

ଆସାମରେ ପୁଣି ବନ୍ୟା; ଭୂସ୍ଖଳନରେ ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆସାମରେ ବନ୍ୟା ବିପତ୍ତି । ପୁଣିଥରେ ଆସାମରେ ବନ୍ୟା ସ୍ଥିତି ଉପୁଜିଛି । ପ୍ରବଳ ବର୍ଷା କାରଣରୁ ଆସାମର ଗୌହାଟୀ ସହ ବିଭିନ୍ନ ସ୍ଥାନରେ ଲୋକମାନେ ଜଳବନ୍ଦୀ ହୋଇଛନ୍ତି । ଖାଲି ସେତିକି ନୁହେଁ ଆସାମର କିଛି ଅଞ୍ଚଳରେ ଭୂସ୍ଖଳନ ମଧ୍ୟ ହୋଇଛି । ବୋରାଗାରରେ ଭୂସ୍ଖଳନ ହେବା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା କାରଣରୁ ୭ଟି ଜିଲ୍ଳାର ପ୍ରାୟ ୮ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଆସାମର ଢେମାଜି, ଦିବ୍ରୁଗଡ, ନାଲବରି ଓ ଦକ୍ଷିଣ ସାଲମା ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି । ଲଗାତର ବର୍ଷା କାରଣରୁ ରାସ୍ତା ଉପରେ ପାଣି ଚାଲୁଛି । ଗାଡ଼ି ମଟର ଗୁଡ଼ିକ ମଧ୍ୟ ଭାସୁଥିବା ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ରାସ୍ତା ଉପରେ ୩ ଫୁଟ ଉଚ୍ଚର ପାଣି ମଧ୍ୟ ପ୍ରବାହିତ ହେଉଛି । ଯାହାଫଳରେ ଲୋକମାନେ ନାହିଁନଥିବାର ହଇରାଣ ହେଉଛନ୍ତି । ଗତ ୬ ସପ୍ତାହରେ ଆସାମରେ ଦ୍ୱିତୀୟ ଥର ପାଇଁ ବନ୍ୟା ପରିସ୍ଥିତି ଉପୁଜିଛି । ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ ଲୋକମାନଙ୍କୁ ସୁରକ୍ଷୀତ ସ୍ଥାନ ସ୍ଥାନାନ୍ତରଣ କରାଯାଉଛି ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories