www.samajalive.in
Saturday, December 13, 2025
26.1 C
Bhubaneswar

ସରକାରଙ୍କ ନିର୍ଦ୍ଦେଶକୁ ବିଡିଓଙ୍କ ଅବମାନନା ଅଭିଯୋଗ; ଅଙ୍ଗନବାଡି କେନ୍ଦ୍ର ଜମି ଆବଣ୍ଟନ ଓ ଗୃହ ନିର୍ମାଣରେ ଅବହେଳା

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଦୀର୍ଘଦିନର ଦାବୀକୁ ବିଚାରକୁ ନେଇ ଭୁବନେଶ୍ୱର ଲିଙ୍ଗିପୁର ଗ୍ରାମ ପଂଚାୟତ ଅଧୀନସ୍ଥ ଗାଙ୍ଗୋତ୍ରୀ ନଗରଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପାଇଁ ନିଜସ୍ୱ ଜମି ଓ ଘର ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ତହସିଲଦାରଙ୍କ ଜରିଆରେ ଭୁବନେଶ୍ୱର ବିଡିଓଙ୍କୁ ମୌଜା ଲିଙ୍ଗିପୁର, ଖାତା ନଂ-୭୬୧, ପ୍ଲଟ ନଂ-୯୧, ଏରିଆ-ଇ୦.୨୦୦, କିସମ ଏକ ଜମି ଅନୁଯାୟୀ ଏକ ଜମି ଗତ ୩୧.୦୫.୨୦୨୨ରେ ଜମି ହସ୍ତାନ୍ତର କରିଛନ୍ତି ସେଥିରେ ନିର୍ଦ୍ଦେଶ ଅଛି ଭୁବନେଶ୍ୱର ବିଡିଓ ସେହି ଜମିକୁ ଯଥାଶୀଘ୍ର ଅଧିଗ୍ରହଣ କରି ସେଠାରେ ଅଙ୍ଗନବାଡି କେନ୍ଦ୍ରର ଘର ତିଆରି ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବେ ।

ବିଡିଓ ମହାଶୟ ସେହି ଜମି ଅଧିଗ୍ରହଣ ନକରିବାରୁ ଜବରଦଖଲକାରୀ ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ନିଜ ଅକ୍ତିଆରରେ ନେବା ପାଇଁ ଉଦ୍ୟମ ଅବ୍ୟାହତ ରଖିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ବିଡିଓଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଶୁଣିବାକୁ ମିଳୁଛି ଯାହାକି ତଦନ୍ତ ସାପେକ୍ଷ । ସମ୍ପୂର୍ଣ୍ଣ ଜମିକୁ ମାପ କରାଇବାକୁ ବିଡିଓଙ୍କୁ ନିର୍ଦ୍ଦେଶ ରହିଛି । ଏହି ଘଟଣାକୁ ବିଡିଓ ଗମ୍ଭୀରତାର ସହ ନନେଇ ହାଲକା ଭାବେ ଗ୍ରହଣ କରି ଜମି ଅଧିଗ୍ରହଣ ଅଦ୍ୟାବଧି ନକରିବାରୁ ସେହି ଗାଙ୍ଗୋତ୍ରୀ ନଗର କିଛି ଦଲାଲ ଦିଗହରା କରିବାକୁ ପ୍ରୟାସ ଚାଲୁ ରଖିଥିବା କଥା ଏଠାର କିଛି ସ୍ଥାୟୀ ବାସିନ୍ଦା ଜିଲ୍ଲାପାଳ ମହୋଦୟଙ୍କୁ ଅବଗତ କରାଇଥିବା ଶୁଣିବାକୁ ମିଳୁଛି । ଜିଲ୍ଲାପାଳ ମହୋଦୟ ତଦନ୍ତ କରି ସମ୍ପୃକ୍ତ ବିଡିଓଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି ହେଉଛି । କାରଣ ଏଥିରେ ଅଙ୍ଗନବାଡି ଅନୁଷ୍ଠାନରେ ପଢୁଥିବା ପିଲାମାନଙ୍କର ଭବିଷ୍ୟତ ଅନ୍ଧାରରେ ।

- Advertisement -

 

 

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories